ତେଣୁ ଏହାର ପ୍ରତିବାଦ ରେ ସର୍ବ ସଂମ୍ମତି କ୍ରମେ ଏହି ପ୍ରତିବାଦ କୁ ତ୍ୱରାନ୍ୱିତ କରିବାକୁ ଆଜି ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି।ବୈଠକରେ ହୋଇଥିବା ନିଷ୍ପତି ଅନୁସାରେ ସୁପ୍ରିମକୋର୍ଟ ଯେଉଁ ନିଷ୍ପତି ନେଇଛନ୍ତି ତାହା ଏକ ତରଫା ଏବଂ ଗ୍ରହଣୀୟ ନୁହେଁ। ତାର ବିରୁଦ୍ଧରେ ଓକିଲ ମାନେ ରାଷ୍ଟ୍ରପତି ଙ୍କୁ ଭେଟିବେ। ପୋଲିସ ସହାୟତା ରେ ଓକିଲ ମାନଙ୍କ ନ୍ୟାର୍ଯ୍ୟ ଅଧିକାରକୁ ଛଡାଇବା ପାଇଁ ଯାହା ଉଦ୍ୟମ କରାଯାଉଛି ଓ ଆଡ଼ଭୋକେଟ ଜେନେରାଲଙ୍କ ଭୂମିକାକୁ ଆଜିର ବୈଠକରେ ବିରୋଧ କରାଯାଇଛି।
ଆଜି ଏକାଠି ହୋଇଛନ୍ତି ସାରା ରାଜ୍ୟର ପ୍ରେସିଡେଣ୍ଟ ଓ ସେକ୍ରେଟାରୀ

ଅର୍ଗସ ବ୍ୟୁରୋ: ଆସନ୍ତା 12 ତାରିଖକୁ ପ୍ରତିବାଦ ଦିବସ ଭାବରେ ପାଳନ କରିବ ଅଲ ଓଡିଶା ବାର ଆସୋସିଏସନ।ଭୁବନେଶ୍ୱର ବାର ଆସୋସିଏସନ ଡାକରାରେ ଆଜି ଏକାଠି ହୋଇଛନ୍ତି ସାରା ରାଜ୍ୟର ପ୍ରେସିଡେଣ୍ଟ ଓ ସେକ୍ରେଟାରୀ। ମୁଖ୍ୟତଃ ଓକିଲ ମାନଙ୍କ ଅଧିକାର କୁ ଛଡେଇ ନେବା ପାଇଁ ଯାହା ଉଦ୍ୟମ କରାଯାଇଛି ତାର ପ୍ରତିବାଦରେ ଏଭଳି ଡାକରା ଦିଆଯାଇଛି। ଓକିଲ ମାନଙ୍କ ପକ୍ଷରେ କୁହାଯାଇଛି ଯେ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ ଓକିଲ ମାନେ ଉଦ୍ୟମ ଜାରିରଖିଥିବାବେଳେ ତାଙ୍କୁ ନିନ୍ଦିତ କରିବା ଏଭଳି ହୀନ ଉଦ୍ୟମ ଦୁର୍ଭାଗ୍ୟ ଜନକ।
Download Argus News App
