ମହାମହିମଙ୍କ ଗସ୍ତ ନେଇ ରହିଛି ସ୍ଵତନ୍ତ୍ର ପ୍ରୋଟୋକଲ। କେଉଁ କେଉଁ ସେବାୟତ ରହିବେ ସମସ୍ତଙ୍କ ନାମ ଚିଠା ହୋଇଛି। ପ୍ରବେଶ ଓ ପ୍ରସ୍ଥାନ ସହ ଗସ୍ତ ମାର୍ଗକୁ ବ୍ୟାରିକେଡ କରାଯିବ। ପାଖାପାଖି ୧ ଘଣ୍ଟା ରହିପାରନ୍ତି ରାଷ୍ଟ୍ରପତି ।
ଏହା ସହ ମନ୍ଦିର ଭିତରେ ଅଭିଷେକ ହୋଇପାରେ ବୋଲି ସୂଚନା ଦେଇଛନ୍ତି ସେବାୟତ ମୁଖ୍ୟ ରାଜକିଶୋର ମହାପାତ୍ର। ମହାମହିମଙ୍କୁ ମନ୍ଦିର ସେବାୟତ ପକ୍ଷରୁ ସଠିକ ଆତିଥ୍ୟ ସହ ମନ୍ଦିରର ସ୍ୱତ୍ୱନ୍ତ୍ର ଆଇନ ଲାଗୁ ଉପରେ ଅନୁରୋଧ କରାଯିବ।