ଓଡ଼ିଆ ଚଳଚିତ୍ର ହରଣର ଶୀର୍ଷକ ବା ଟାଇଟେଲ ଘୋଷଣା ସହ ଶୁଭ ମହୁରତ ହୋଇଯାଇଛି
ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ନିଯୁକ୍ତ
ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି । ସେ ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବେ । କୁମାରୀ ଜଷ୍ଟିସ ପଣ୍ଡା ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ହେବେ ।
ସୂଚନା ଅନୁସାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଞ୍ଜୁ ପଣ୍ଡାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି । ଓଡ଼ିଶା ହାଇକୋର୍ଟର ଦ୍ୱିତୀୟ ମହିଳା ବିଚାରପତି ଭାବେ କୁମାରୀ ଜଷ୍ଟିସ ପଣ୍ଡା ୨୦୦୭ ମାର୍ଚ୍ଚ ୧୭ତାରିଖରେ ନିଯୁକ୍ତି ପାଇଥିଲେ ।
Download Argus News App
