20 ତାରିଖ ଦିନ ଶ୍ରୀ ଚୈତନ୍ୟ ଗୌଡୀୟ ମଠରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ଏହାପରେ ଦିନ ୧୧ଟାରୁ ୧୨ ଟା ପର୍ଯ୍ୟନ୍ତ ଶ୍ରୀ ଚୈତନ୍ୟ ଗୌଡୀୟ ମଠର ପ୍ରତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ 150 ତମ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାସହ ଶରଧାବାଲିରେ ମୁଖ୍ୟ ବକ୍ତା ଭାବେ ଉଦବୋଧନ ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତେବେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା କିଭଳି ରହିବ ସେ ନେଇ ମକଡ୍ରିଲ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ।
ସେପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ତାଙ୍କ କୌଳିକ ପଣ୍ଡା ନାରାୟଣ ଗୋଛିକାର । ଗତ ଥର କୋଭିଡ କଟକଣା ପାଇଁ ରାଷ୍ଟ୍ରପତିଙ୍କୁ ସେବା ଯୋଗାଇବାରେ ବଞ୍ଚିତ ହୋଇଥିଲେ । ହେଲେ ଚଳିତ ଥର ପୁଣି ଥରେ ସୁଯୋଗ ମିଳିଥିବାରୁ ଗର୍ବ ଅନୁଭବ କରୁଥିବା କହିଛନ୍ତି ସେବାୟତ ।
ଗତଥର ରାଷ୍ଟ୍ରପତି ସର୍କିଟ ହାଉସରେ ରହିଥିବା ବେଳେ ଚଳିତ ଥର କିନ୍ତୁ ହୋଟେଲ ମେ ଫେୟାରରେ ରହିବେ । ରାଷ୍ଟ୍ରପତିଙ୍କ ରହଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ପାରମ୍ପରିକ ଓଡିଆ ଖାଦ୍ୟ, ମିଠା, ରସାବଳି ଓ ମହାପ୍ରସାଦର ବ୍ୟବସ୍ଥା କରାଯିବ ।