ବିଶେଷ ଭାବରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଆର୍ଥିକ ସହାୟତାକୁ ତୀବ୍ର ବିରୋଧ କରିବା ସହ ଏହା ସଂଶୋଧନ କରି ପୂର୍ବପରି ବୋନସ୍ ଘୋଷଣା କରିବାକୁ ଏବଂ ପ୍ରତିନିଧି ମୂଳକ କେ.ଏଲ୍.ଡି.ବି. ବୈଠକର ଆହ୍ବାନ କରାଯାଇ ଏହାର ଆଲୋଚନା , ପର୍ଯ୍ୟାଲୋଚନା ଏବଂ ବିଭିନ୍ନ ସାମାଜିକ ସୁରକ୍ଷା ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରାଯାଉ ।
ଉପରୋକ୍ତ ଘୋଷଣାର ପ୍ରତିବାଦ ଦାବିରେ ଆଗାମୀ ମେ ମାସ ୩୧ ତାରିଖ ରାଜ୍ୟର ସମସ୍ତ ଡିଭିଜନ୍ରେ ପ୍ରତିବାଦ ତଥା ଦାବୀ ଦିବସ ପାଳନ କରି ହଜାର ହଜାର ତୋଳାଳି, ସିଜିନାଲ କର୍ମଚାରୀ, ଶ୍ରମିକମାନେ ସାମିଲ୍ ହୋଇ ଜିଲ୍ଲାପାଳ , ଉପଜିଲ୍ଲାପାଳ , ଡ଼ିଏଫ୍ଓ କେନ୍ଦୁପତ୍ରମାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାର ସଂଶୋଧନ ଯଥାଶୀଘ୍ର ନହେଲେ ପର୍ଯ୍ୟାୟକ୍ରମେ ଆନ୍ଦୋଳନମାନ ହେବ ବୋଲି ଚେତାବନୀ ଦେଇଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...