ତେବେ ସରକାରଙ୍କ ନାଲି ଆଖିକୁ ଡରିନି ପ୍ରାଥମିକ ଶିକ୍ଷକ ସଂଘ । ଦାବି ପୂରଣ ନହେଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ପାଲଟା ଜବାବ ଦେଇଛି ଶିକ୍ଷକ ସଂଘ ।
ଏବେ ଆସନ୍ତୁ ଦେଖିବା ଶିକ୍ଷକ ସ୍କୁଲକୁ ନ ଯିବା ଫଳରେ ପାଠରେ ଡୋରି ବାନ୍ଧିଛନ୍ତି ପିଲା । ଏ ଚିତ୍ର ଭଣ୍ଡାରୀପୋଖରୀ ଆଦିବାସୀ ସାହି ପ୍ରାଥମିକ ସ୍କୁଲର । ଖାଁ ଖାଁ ପରିବେଶ । ଛୁଟି ଶୁଣି ପିଲା ଅଧା ବାଟରୁ ଘରକୁ ଫେରୁଛନ୍ତି ।
କେବଳ ଏ ଗୋଟିଏ ସ୍କୁଲର ରାଜ୍ୟର ଏମିତି 56 ହଜାର ସ୍କୁଲରେ ତାଲା । 40 ଲକ୍ଷ ପିଲାଙ୍କ ପାଠ ପଢା ପ୍ରଭାବିତ ହୋଇଛି ।
ହେଲେ ଏପଟେ କିନ୍ତୁ ବେଫିକର ସରକାର। ଗରିବ ଓଡିଆର ମୁଳ ସମ୍ବଳ ସ୍କୁଲ ବ୍ୟବସ୍ଥା ଫେଲ ହୋଇଛି ଏପରି ସ୍ଥିତିରେ କେମିତି ଗଢା ହେବେ ଭବିଷ୍ୟତ । ସରକାରଙ୍କ ଉଦାସୀନତାକୁ ନେଇ ବର୍ଷିଛନ୍ତି ବିରୋଧୀ ।
ଗୋଟିଏ ପରେ ଗୁରୁ କରୁଛନ୍ତି ଆନ୍ଦୋଳନ । ଅନ୍ୟ ପଟେ ପିଲା ଅଧା ବାଟରୁ ଘରକୁ ଫେରୁଛନ୍ତି । ୨୩ ବର୍ଷର ସ୍ଥିର ସରକାର ଶିକ୍ଷକଙ୍କ କଲେ କଣ ? ଠିକା ଉଛେଦର ଘୋଷଣା ବି ରହିଗଲା ଘୋଷଣା ? ପ୍ରାଥମିକ ସ୍କୁଲରେ ଏବେ ବି କାମ କରୁଛନ୍ତି ହଜାର ହଜାର ଠିକା ଶିକ୍ଷକ । ଶିକ୍ଷକ ସଂଘର 3 ଦଫା ଦାବି ଭିତରେ ଠିକା ଉଚ୍ଛେଦ ବି ପ୍ରମୁଖ ଦାବି ରହିଛି । ଏବେ ନଜର କେବେ ଶିକ୍ଷକଙ୍କ ଦାବି ପୁରଣ କରିବେ ସରକାର । ଆଉ କେବେ ସ୍କୁଲରେ ସ୍ବାଭାବିକ ହେବ ପାଠପଢା ।
ଆହୁରି ପଢନ୍ତୁ ଓଡିଶା ଖବର...