ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟପ୍ରଦେଶ ଓ ଛତିଶଗଡ଼ ଗସ୍ତ କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁଯାୟୀ ମଧ୍ୟପ୍ରଦେଶର ବୀଣା ଠାରେ 11.15 ରେ ଯୋଗ ଦେବେ । 3.15 ରେ ରାୟଗଡ଼ରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଓଡିଶା-ଛତିଶଗଡ଼ ସୀମାନ୍ତରେ ଥିବା ରାୟଗଡ଼ ଜିଲ୍ଲାର ନିକଟବର୍ତ୍ତୀ ବିମାନବନ୍ଦର ହେଉଛି ଝାରସୁଗୁଡା । ତେଣୁ ଝାରସୁଗୁଡାରେ ବିମାନ ଅବତରଣ କରି ସେନାର ହେଲିକେପ୍ଟର ଯୋଗେ ମୋଦୀ କାର୍ଯ୍ୟକ୍ରମକୁ ଯାଇପାରନ୍ତି ।
ସେଥିପାଇଁ ବିମାନବନ୍ଦରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ରାୟଗଡ ଠାରେ ବହୁ ରେଳପ୍ରକଳ୍ପକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ।
ଆହୁରି ପଢନ୍ତୁ ଓଡିଶା ଖବର...