ବହୁ ଯୋଗ୍ୟ ହିତାଧିକାରୀ ଘର ପାଇବା ପାଇଁ ହକଦାର ଥିଲେ ମଧ୍ୟ ସେମାନଙ୍କ ନାମ ଆବାସ ଯୋଜନା ତାଲିକା ରୁ ବାଦ ପଡ଼ିଛି । ଏହାର ପ୍ରତିବାଦରେ ଏହି ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମମତା ସିଂ, ସାହାରପଡା ମଣ୍ଡଳ ସଭାପତି ବୁଲୁ ବାରିକ, ଉଦୟପୁର ମଣ୍ଡଳ ସଭାପତି ନରହରି ମହାନ୍ତ, ନିର୍ବାଚନ ମଣ୍ଡଳୀ ସଂଯୋଜକ ସୁଦର୍ଶନ ମହାନ୍ତ, ନିର୍ବାଚନ ମଣ୍ଡଳୀ ପ୍ରଭାରୀ କୃପାସିନ୍ଧୁ ମହାନ୍ତ, ଶିବାଜି ଗୌତମ ମହାନ୍ତ ବର୍ମା, ଉଦୟପୁର ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି କୁଞ୍ଜବିହାରୀ ମହାନ୍ତ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଶବରୀ ଦାଶ ଓ ଆଶ୍ଵିନ ମହାନ୍ତ, ଅବନୀ ମହାନ୍ତ ପ୍ରମୁଖ ଶହ ଶହ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡିଓକୁ ପ୍ରଦାନ କରିଥିଲେ।
ଓଡିଶା ଖବର ଆହୁରି ପଢନ୍ତୁ