ଓଡ଼ିଆ ଚଳଚିତ୍ର ହରଣର ଶୀର୍ଷକ ବା ଟାଇଟେଲ ଘୋଷଣା ସହ ଶୁଭ ମହୁରତ ହୋଇଯାଇଛି
ମାଲକାନଗିରି ଉପକରାଗାରରୁ ବିଚାରାଧୀନ କଏଦୀ ଫେରାର

ମାଲକାନଗିରି: ମାଲକାନଗିରି ଉପକରାଗାରରୁ ଜଣେ ବିଚାରାଧୀନ କଏଦୀ ଫେରାର ହୋଇଯାଇଛି। କାରାଗାରରେ ଡ୍ରେନ ସଫା କାମ ଚାଲୁଥିବା ସମୟରେ କଏଦି ଜଣଙ୍କ ଚମ୍ପଟ ମାରିବାରେ ସକ୍ଷମ ହୋଇଛି । କଏଦୀ ଜଣକ ଅଜିତ ଦକୁଆ। ଅଜିତ ଗତ ଜାନୁଆରୀ 14ତାରିଖରେ ବାଲିମେଳାରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ ହୋଇଥିଲା। କଏଦୀ ଫେରାର ହେବା ନେଇ କାରାଗାର କର୍ତ୍ତୃପକ୍ଷ ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି।
Download Argus News App
