ଖୋର୍ଦ୍ଧା: ବାଣପୁର ସବ-ଜେଲରେ ଅଘଟଣ। ଜେଲ୍ ଛାତରୁ ପଡି ବିଚାରଧିନ କଏଦୀ ମୃତ। ମୃତ କଏଦୀର ନାଁ ଶିବୁନ କିସ୍କୋ। ସେ ଗତକାଲି ଝାରପଡା ଜେଲରୁ ବାଣପୁର ସ୍ଥାନାନ୍ତରିତ ହୋଇଥିଲେ। ଖୋର୍ଦ୍ଧା ଜିଲ୍ଲା ବାଣପୁର ସବ-ଜେଲ୍ରେ ଜଣେ ବିଚରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ବାଣପୁର ସବ-ଜେଲର ପ୍ରଥମ ମହଲା ଛାତରୁ ଆଜି ସଂଧ୍ୟା ସମୟରେ ସେ ଗଳିପଡି ଥିଲେ। ତାଙ୍କୁ ଜେଲ୍ କର୍ମଚାରୀ ବାଣପୁର ମେଡିକାଲ ନେଇଥିଲେ , ମାତ୍ର ଡାକ୍ତର ଚିକିତ୍ସା ପୂର୍ବରୁ ତାଙ୍କର ମୃତ୍ୟୁ ଘୋଷଣା କରାଯାଇଥିଲା । ଏନେଇ ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ଜେଲ୍ ପରିସରରେ କଏଦୀଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ବାଣପୁର ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି କଏଦୀ ଜଣକ ଅସାବଧାନତା ଯୋଗୁଁ ଛାତରୁ ଗଳି ପଡିଛନ୍ତି କିମ୍ବା ନିଜେ ଆତ୍ମହତ୍ୟା କରିଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବ।