ତେବେ ଯାଜପୁରରେ ପୋଲିସ ଏବଂ ପ୍ରଶାସନ ଉପରେ ଚାପ ପକାଇ ପ୍ରାର୍ଥୀମାନଙ୍କୁ ନାମାଙ୍କନ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରୁଛନ୍ତି । କେବଳ ଯାଜପୁରରେ ନୁହେଁ, ବରଗଡ଼ ଭଟଲିରେ ମଧ୍ୟ ମନ୍ତ୍ରୀ ସୁଶାନ୍ତ ସିଂ ନିଜେ ଚାପ ପକାଇ ନାମାଙ୍କନ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ଆଣିଲା ବିଜେପି । ନିର୍ବାଚନ କମିଶନ କଣ ଏ ସବୁ ଦେଖି ପାରୁ ନାହାଁନ୍ତି କି ବୋଲି ପ୍ରଶ୍ନ କଲେ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ନିର୍ବାଚନ କିପରି ସୁରୁଖୁରୁରେ ହେବ ତାକୁ ନେଇ ପ୍ରସ୍ତୁତି ଚାଲିଥିବାବେଳେ ଚାପ ପକାଇ ନିର୍ବାଚନ ଇସ୍ତାହାର କରିବା ଭୁଲ ନୁହେଁ କି ?
ସେପଟେ ପ୍ରାଥି ପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ପ୍ରାଥି ତାଲିକା ପ୍ରସ୍ତୁତ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ସ୍ଥାନୀୟ ଓ ରାଜ୍ୟ ପ୍ରସଙ୍ଗ କୁ ନିର୍ବାଚନି ଇସ୍ତାହାର ପ୍ରସ୍ତୁତ ଦିଗରେ ଆରମ୍ଭ କରିଛନ୍ତି । ଆଗାମୀ ଦିନରେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନା ନାହିଁ, ଏହାସହ ନିର୍ବାଚନ କିପରି ଭାବରେ ସୁରୁଖୁରୁରେ ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି।