ବାକି ଦାବି ଗୁଡିକ ପାଇଁ ସରକାର ସମୟ ମାଗିଥିବା କହିଛି ମାଲିକ ସଂଘ। ମାର୍ଚ୍ଚ 31 ସୁଦ୍ଧା ଦାବି ପୁରଣ ନହେଲେ ଆନ୍ଦୋଳନ କୁ ଓଲ୍ହାଇବ ସଂଘ। ସ୍କ୍ରାପିଂ ପଲିସି କୁ 15 ରୁ 20 ବର୍ଷ କୁ ବଢାଇବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଦିନ ସମୟରେ ସ୍ଲିପର କୋଚ ଚଳାଇବା ଏବଂ ଟ୍ରାନ୍ସଫର ଅଫ ପରମିଟ ଭଳି ଦାବି ପୂରଣ ହୋଇଛି। ଆସନ୍ତାକାଲି ଠୁ ବସ ପୁଣି ସ୍ବଭାବିକ ଚାଲିବ।
ଘରୋଇ ବସ ଧର୍ମଘଟ ସ୍ଥଗିତ

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ରାଜ୍ୟବ୍ୟାପୀ ହେବାକୁ ଥିବା ଘରୋଇ ବସ ଧର୍ମଘଟ ସ୍ଥଗିତ। ବସ ଧର୍ମଘଟ କୁ ସ୍ଥଗିତ ରଖିଲେ ଘରୋଇ ବସ ମାଲିକ ସଂଘ। ଭିନ୍ନ ଭିନ୍ନ 10 ଦଫା ଦାବି ନେଇ ଜାନୁଆରୀ 17 ରେ ରାଜ୍ୟବ୍ୟାପୀ ବସ ଧର୍ମଘଟ ର ଡାକରା ଦିଆଯାଇଥିଲା। ଏହାପରେ ଦାବି କୁ ନେଇ ସରକାର ଙ୍କ ସହ ଆଲୋଚନା ପରେ 3 ଟି ଦାବି ପ୍ରାଥମିକ ପର୍ଯ୍ୟାୟରେ ପୁରଣ ହୋଇଛି।
Download Argus News App
