ତେବେ ଉକ୍ତ ସମୟରେ ସଫେଇ କର୍ମଚାରୀ ଅର୍ଜୁନ ମୁଖୀ ଉପସ୍ଥିତ ହେବା ସହ ଆଟେଣ୍ଡାଣ୍ଟ ମାନଙ୍କୁ ଦୁର୍ବ୍ୟବହାର କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଉକ୍ତ ବ୍ୟବହାର ନେଇ ପ୍ରତିବାଦ କରିବାରୁ ଆଟେଣ୍ଡାଣ୍ଟ ମାନଙ୍କୁ ଆହୁରି ଅସଭ୍ୟ ବ୍ୟବହାର କରିଥିବା ନେଇ ଆଟେଣ୍ଡାଣ୍ଟ ମାନେ ଅଭିଯୋଗ କରିଛନ୍ତି । ତେବେ ଉକ୍ତ ଘଟଣାକୁ ନେଇ ଆଟେଣ୍ଡାଣ୍ଟ ମାନେ ହସ୍ପିଟାଲର ସମସ୍ତ ୱାର୍ଡରେ ଡିଉଟି କାର୍ଯ୍ୟ ବନ୍ଦ କରିବା ସହ ଦୁର୍ବ୍ୟବହାର ପ୍ରତିବାଦରେ ଆନ୍ଦୋଳନ କରିଛନ୍ତି ।
ଉକ୍ତ ସଫେଇ କର୍ମଚାରୀ ଅର୍ଜୁନ ମୁଖୀ ତାଙ୍କ ଦୁର୍ବ୍ୟବହାର ପାଇଁ କ୍ଷମା ପ୍ରାର୍ଥନା ନ କରିବା ପର୍ଯ୍ୟନ୍ତ କେହି ବି କାର୍ଯ୍ୟରେ ଯୋଗ ଦେବେନାହିଁ ବୋଲି ସୁଚିସ୍ମିତା ମହାକୁଡ଼, ଲକ୍ଷ୍ମୀପ୍ରିୟା ମହାନ୍ତ ଏବଂ ଅନ୍ୟ ସମସ୍ତ ଆଟେଣ୍ଡାଣ୍ଟ ମାନେ କହିଛନ୍ତି । ଏହାକୁ ନେଇ ହସ୍ପିଟାଲ ପରିସରରେ ଉତେଜନା ପ୍ରକାଶ ପାଇଥିବା ବେଳେ ବୁଝାସୁଝା ଜାରି ରହିଛି । ଅନ୍ୟପଟେ ଆଟେଣ୍ଡାଣ୍ଟ ମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ହସ୍ପିଟାଲରେ ରୋଗୀ ସେବାରେ ଅସୁବିଧା ସୃଷ୍ଟି ହୋଇଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।