ଭୁବନେଶ୍ବର: କରୋନା ଭାଇରସ ଟେଷ୍ଟ କେମିତି କରାଯାଏ। ଏହାର ଟେଷ୍ଟ କରିବା ପାଇଁ କଣ ସବୁ ପ୍ରକ୍ରିୟା ରହିଛି। ରିପୋର୍ଟ ଆସିବା ପାଇଁ କେତେ ସମୟ ଲାଗେ। ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ଭିତରେ ଉଙ୍କି ମାରୁଛି। ତେବେ ଆସନ୍ତୁ ଜାଣିବା କରୋନା ବା କୋଭିଡ-19 ଟେଷ୍ଟ କରିବାର ପ୍ରକ୍ରିୟା। ଭୁବନେଶ୍ବର ଆରଏମଆରସି ଡାଃ ସଂଘମିତ୍ରା ପତିଙ୍କ କହିବା ଅନୁସାରେ କୋଭିଡ-19 ଟେଷ୍ଟ କରିବା ପାଇଁ ଆଇସିଏମଆର ଗାଇଡ଼ଲାଇନକୁ ପାଳନ କରିବାକୁ ପଡ଼େ।
ଗାଇଡ଼ଲାଇନକୁ ଅନୁଯାୟୀ କୋଭିଡ-19 ଟେଷ୍ଟ ରିପୋର୍ଟ୍ ଆସିବା ପାଇଁ 8 ରୁ 10 ଘଣ୍ଟା ସମୟ ଲାଗେ। ପରୀକ୍ଷା ପାଇଁ କେବଳ ସ୍ବାବ ନମୂନା ନିଆଯାଇଥାଏ। ଭାଇରସ ଟ୍ରାନ୍ସପୋର୍ଟ ମିଡିଆ (ଭିଟିଏମ) ରେ ନମୂନା ଅଣାଯାଏ।
ଏହା କୌଣସି ରୂପରେ ବାହାରକୁ ନଆସେ ସେଥି ପ୍ରତି ଧ୍ୟାନ ଦିଆଯାଇଥାଏ। ପିପିଇ କିଟ୍ ପରିଧାନ କରି ନମୂନା ସଂଗ୍ରହ କରାଯାଇଥାଏ। ଆଉ ନମୂନାକୁ ଟ୍ରିପଲ ଲେୟରରେ ଅଣାଯାଇଥାଏ। ଏହାକୁ ବାୟୋଲଜିଷ୍ଟିକ ଚ୍ୟାମ୍ବରରେ ଅତି ସତର୍କତାର ସହ ଖୋଲାଯାଏ ଓ ଟେଷ୍ଟ କରାଯାଏ।
