ଅର୍ଚ୍ଚନା ରଚିଥିଲେ ସେକ୍ସଟ୍ରୋସନ୍ ଜାଲ। ଅର୍ଚ୍ଚନାଙ୍କ ପ୍ରେମ ଜାଲରେ ପ୍ରମୋଦ ସ୍ଵାଇଁ ଫସିଥିବା ଇଡି ଆଗରେ ହାଜର ହେବା ପୂର୍ବରୁ ତାଙ୍କ ଗଣମାଧ୍ୟମ ଆଲୋଚନାରେ ମିଳିଛି ସୂଚନା। ଖୋଦ ପ୍ରଯୋଜକ ପ୍ରମୋଦ ସ୍ଵାଇଁ କହିଛନ୍ତି, ହଁ ମୁଁ ବ୍ଲାକମେଲର ଶିକାର ହୋଇଛି। ପ୍ରମୋଦ ସ୍ଵାଇଁଙ୍କୁ ଏବେ ଜେରା କରୁଛି ଇଡି। ବାହାରିବା ପରେ ବିସ୍ତୁତ ଭାବରେ ତାଙ୍କ କାହାଣୀ କହିବେ ବୋଲି କହିଛନ୍ତି। ୨୦୧୭ ମସିହାରେ ଦୁଷ୍କର୍ମ ନେଇ ପ୍ରମୋଦ ସ୍ବାଇଁଙ୍କ ନାଁରେ ମହିଳା ଥାନାରେ ଅଭିଯୋଗ ଆଣିଥିଲେ ଅର୍ଚ୍ଚନା । ପରବର୍ତ୍ତୀ ସମୟରେ କୋର୍ଟରେ ମାମଲା କମ୍ପ୍ରମାଇଜ୍ ହୋଇଥିଲା ।
ମାମଲା ପ୍ରତ୍ୟାହାର ପାଇଁ ମୋଟା ଅଙ୍କର କାରବାର ନେଇ ହୋଇଛି ଅଭିଯୋଗ। ପ୍ରମୋଦ ଅର୍ଚ୍ଚନାଙ୍କୁ ୩୦ ଲକ୍ଷ ଟଙ୍କା ଦେବା ପରେ ମାମଲା ପ୍ରତ୍ୟାହାର ହୋଇଥିବା ନେଇ ଅଭିଯୋଗ। ସୂଚନା ଅନୁସାରେ, ଘର ଭଡ଼ାକୁ ନେଇ ଝଗଡ଼ା ପରେ ରାଗରେ ମିଛ କେସ କରିଥିବା କମ୍ପ୍ରମାଇଜ ପିଟିସନରେ ଦର୍ଶାଇଥିଲେ ଅର୍ଚ୍ଚନା। ଆହୁରି ଅନେକ ବଡବଡିଆ ଇଡି ନୋଟିସ କରିଥିବା ଆଲୋଚନା ହୋଇଛି। ସେମାନେ କିଏ ଇଡିରେ ହାଜର ପରେ ସ୍ପଷ୍ଟ ହେବ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।