ଚାନ୍ଦବାଲି ବ୍ଲକ ଭୁଇଁବୃତି ଫଚାୟତ ବହଡ଼ିହ ଗାଁରେ ରାଜନୈତିକ ଗୋଷ୍ଠୀ ସଂଘର୍ଷ ଘଟିଛି। ଯେଉଁଥିରେ ବିଜେପି ୩ ଜଣ କର୍ମୀଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି ବିଜେଡି ସମର୍ଥକ। ଫଳରେ ୩ ବିଜେପି କର୍ମୀ ଗରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ବିଜେପି ସମର୍ଥକ କାଳିଆ ଦାସଙ୍କ ଘରେ ପଶିବା ପରେ ଘରେ ସ୍ତ୍ରୀ ଲୋକ ଓ ପିଲାଙ୍କ ଉପସ୍ଥିତିରେ ଏହି ଆକ୍ରମଣ ହୋଇଛି। ଆକ୍ରମଣରେ ବିଜେପି କର୍ମୀ ମିକୁ ଦାସ, ବଳରାମ ଦାସ, ଶରତ ଦାସ ଆହତ ହୋଇଛନ୍ତି। ରାଜନୈତିକ ହିଂସା ପଛରେ ବିଜେଡି ନେତା ପ୍ରିନ୍ସ ରାକେଶ ନାୟକଙ୍କ ହାତ ଅଛି ବୋଲି ଅଭିଯୋଗ ହୋଇଛି।
ଏବେ ପ୍ରଶ୍ନ ଉଠିଛି ଯେଉଁ ବିଜେଡି ରାଜ୍ୟସଭାରେ ଅହିଂସାର କଥା କହୁଛି ଏବଂ ଏହାକୁ ସମ୍ବିଧାନରେ ସାମିଲ କରିବାର କଥା ଉଠାଇଛନ୍ତି, ସେହି ଦଳର ଲୋକେ କିଭଳି ହିଂସା ଭିଆଉଛନ୍ତି। ଏହା କ’ଣ ବିଜେଡି ପ୍ରସ୍ତାବନାରେ ଅହିଂସାର ଅସଲ ପରିଚୟ ?
କେବଳ ଏହି ଗୋଟିଏ ନୁହେଁ ଏମିତି ଅନେକ ଘଟଣା ରାଜ୍ୟରେ ଘଟିଛି। ଯେଉଁଥିରେ ବିଜେଡି ଏମିତି ହିଂସା ଭିଆଉଛି। ମଣିଷ ମାରୁଛି, ମହିଳାଙ୍କୁ ଅସଦାଚରଣ କରୁଛି ଏମିତି ବହୁତ କିଛି।
ଏହି କିଛି ଦିନ ତଳେ ଭଦ୍ରକରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଗଲା। ମୃତକଙ୍କ ଭାଇ ଅଭିଯୋଗ କଲେ ଘଟଣାରେ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ହାତ ଅଛି। ଚାନ୍ଦବାଲି ବ୍ୟୋମୋକେଶ ବାବୁଙ୍କ ଏରିଆରେ ପଶି ମଲ୍ଲିକ ବାବୁଙ୍କ ଲୋକ ଜଣଙ୍କୁ ମାରିଦେଲେ। ସେପଟେ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କ ନାଁ ଉଠିଲା। କିନ୍ତୁ ପୁଲିସ ଏଜେଣ୍ଟ ସାଜିଲା ବିଜେଡିର। ଆଉ ଗିରଫଦାରିତ ଦୂରର କଥା ସାମାନ୍ୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କଲାନି।
ପୂର୍ବରୁ ଏହି ଭଦ୍ରକରେ ମହିଳା ମୋର୍ଚ୍ଚା ନେତ୍ରୀଙ୍କୁ ମଧ୍ୟ ଦୁର୍ବ୍ୟବହାର କରାଗଲା। କିଛିହେଲାନି । ୨୦୧୭ ମସିହାରେ ୧୪ ଜଣ ବିରୋଧି ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି ବୋଲି ବିଜେପି ପୂର୍ବରୁ ଅନେକ ଥର ଅଭିଯୋଗ କରିଛି। ହେଲେ ଶାସକ ଦଳର ଏଜେଣ୍ଟ ସାଜିଥିବା ପୁଲିସ କିଛି ନ କରି ଚୁପ୍।
ଏବେ ପାଠକ ବିଚାର କରନ୍ତୁ ବିଜେଡି ଦଳରେ ଅହିଂସାର ଅସଲ ପରିଭାଷା କ’ଣ ?