ମୁଖ୍ୟତଃ ଉପଯୁକ୍ତ ମୂଲ୍ୟ, ଉତ୍ପାଦର ବିକାଶ, ଅଧିକ ବ୍ୟବସାୟ ସୃଷ୍ଟି ଆଦି ଏହି ସମାବେଶର ରହିଛି ମୂଳ ଲକ୍ଷ୍ୟ । ଏହାଛଡା ଘରୋଇ ଓ ବାହ୍ୟ ବଜାରରୁ ଆସିଥିବା ଗ୍ରାମୀଣ ଉପଭୋକ୍ତା ଓ ବିକ୍ରେତା ମଧ୍ୟରେ ସିଧାସଳଖ ଯୋଗାଯୋଗ ସ୍ଥାପନ କରାଯାଇ ମହିଳା ମାନଙ୍କୁ ଅଧିକ ସସକ୍ତ କରା ଯାଇପାରିବ ସେ ନେଇ ସମାବେଶରେ ମତ ପ୍ରକାଶ ପାଇଥିଲା । ଏହାଛଡା ଗ୍ରାମାଞ୍ଚଳର ପ୍ରସ୍ତୁତ ଦ୍ରବ୍ୟକୁ ସହରାଞ୍ଚଳରେ ବିକ୍ରୟ ନିମନ୍ତେ ନୂତନ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱରୋପ କରିଥିଲେ ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ପୁନମ .ଟି. ଗୁହା କହିଛନ୍ତି ।
ଶକ୍ତ ହେବେ ମହିଳା

ଅର୍ଗସ ବ୍ୟୁରୋ : ଶକ୍ତ ହେବେ ମହିଳା । ଉତ୍ପାଦକ ଗୋଷ୍ଠୀ ମାନଙ୍କୁ ଉନ୍ନତ ଜ୍ଞାନକୌଶଳ , ଉତ୍ପାଦ ବିକାଶ ସହ ବିକ୍ରୀ ବ୍ୟବସ୍ଥାରେ ବ୍ରାଣ୍ଡର ଉନ୍ନତିକରଣ କରିବା ଆଦି ବିଭିନ୍ନ କ୍ଷେତ୍ରପାଇଁ ଓରମାସ ମାଧ୍ୟମରେ ବିଭିନ୍ନ କମ୍ପାନୀ ସହ MOU ସ୍ବାକ୍ଷର କରିଛନ୍ତି ମହିଳା ଉତ୍ପଦିକା ଗୋଷ୍ଠୀ । ଏ ନେଇ କଟକରେ ଅନୁଷ୍ଠିତ ଏକ ଉପଭୋକ୍ତା- ବିକ୍ରେତା ସମାବେଶରେ ଯୋଗ ଦେଇଥିଲେ ମିଶନ ଶକ୍ତି ର ବହୁ ମହିଳା ଓ କମ୍ପାନୀ ଅଧିକାରୀ ।
Download Argus News App
