ନିଆଳିବାସୀଙ୍କୁ ପ୍ରକଳ୍ପ ସମ୍ବନ୍ଧରେ ଅନ୍ଧାରରେ ରଖି ଚାଲିଛି ନିର୍ମାଣ କାମ। ଓଡ଼ିଆ IAS ସ୍ୱର୍ଗତ ଗୁରୁପ୍ରସାଦ ମାହାପାତ୍ର ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଚେୟାର ପର୍ସନ ଥିବା ସମୟରେ ନିଆଳିରେ ଅନୁନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଦେଖି ଏକ Modern Maternity Centre ପାଇଁ ସମସ୍ତ ସହଯୋଗ ଯୋଗାଇଦେଇଥିଲେ। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର CSR Fundରୁ ଏଥିପାଇଁ 6 କୋଟି 47 ଲକ୍ଷ ଟଙ୍କା ବ୍ୟୟବରାଦ କରିଥିଲେ।
କିନ୍ତୁ ପ୍ରକଳ୍ପ ଆରମ୍ଭରୁ ବିନା ସୂଚନା ଫଳକରେ କାମ କରି କୋଟି କୋଟି ଟଙ୍କା ହଟିଲୁଟ ପାଇଁ ଉଦ୍ୟମ ହେଉଥିବା ଅଭିଯୋଗ ଆଣିଛି ବିଜେପି। ସଠିକ ଢଙ୍ଗରେ କାମ ନହେଲେ ବିଜେପି ଆନ୍ଦୋଳନକୁ ଓଲ୍ହାଇବ ବୋଲି କହିଛନ୍ତି କସର୍ଦା ମଣ୍ଡଳ ସଭାପତି ପ୍ରଭାତ କୁମାର ଜେନା।