ଅର୍ଗସ୍ ବ୍ୟୁରୋ : ଖୋଲିଯାଇଛି ରାଜ୍ୟ ସରକାରଙ୍କ ମିଛ କ୍ରୀଡା ପ୍ରୋତ୍ସାହନର ଗୁମର। ଗୋଟିଏ ପଟେ ହକି ୱାର୍ଲଡ କପ୍, ହକି ସ୍ପନସର, ବଡ଼ ସ୍ପୋର୍ଟସ ଇଭେଣ୍ଟ ନେଇ ବଡ଼଼ ବଡ ପ୍ରଚାର । ଶାହାରୁଖ ଖାଁ, ସଲମାନ ଖାଁଙ୍କ ଭଳି ବଡ଼ ବଡ଼ ଷ୍ଟାରଙ୍କ ପିଛା କୋଟି କୋଟି ଟଙ୍କା ଖର୍ଚ୍ଚ । ସତ ବନାମ ପ୍ରଚାରର ବଡ଼ ଉଦାହରଣ ସମ୍ବଲପୁରର ମମତା ଭୋଇ । ଦିନେ ସୁଇମିଂ ପୁଲରେ ବ୍ୟାକ ଷ୍ଟ୍ରୋକ୍, ବଟରଫ୍ଲାଏ ସେ ଥିଲେ କୁଇନ୍। ଆଉ ଏବେ ଜୀବନ ବିତୁଛି କୁଡିଆରେ। ରାଜ୍ୟ ପାଇଁ ସୁଇମିଂରେ ସଫଳତା ଆଣିଥିବା ମମତାଙ୍କୁ କାଣିଚାଏ ବି ପରାଚିଲାନେ ରାଜ୍ୟ ସରକାର। ସ୍ପୋର୍ଟସ ବିଭାଗ ବି ଭୁଲିଗଲା ମମତାଙ୍କୁ । ମା-ଝିଅଙ୍କ ତେଳଲୁଣର ସଂସାର ଚାଲେ ଏଇ ଭଙ୍ଗା କୁଡିଆରେ । ପ୍ରତିଦିନ ତିନି ଓଳି ଖାଇବା ବି ମୁସ୍କିଲ୍। ହେଲେ କ୍ରୀଡାକୁ ନେଇ ବାହା ବା ନେଉଥିବା ରାଜ୍ୟ ସରକାରଙ୍କ ନଜର ପଡୁନାହିଁ ମମତାଙ୍କ ଉପରେ ।
2018ରେ ହକି ୱାର୍ଲଡ କପର ଆୟୋଜନ କରି ବାହା ବା ନେଲେ ରାଜ୍ୟ ସରକାର। 2023ର ହକି ୱାର୍ଲଡ କପ୍ ଆୟୋଜନ ନେଇ ବଡ଼ ପ୍ରଚାର । ଥୋମାସ କପରେ ଚାମ୍ପିୟନ ବାରତୀୟ ଦଳକୁ ପୁରସ୍କାର ଦେଲେ, ନିଜ ରାଜ୍ୟ ଖେଳାଳିଙ୍କୁ ହତାଦାର । ଘରଟିଏ ପାଇଁ ଚାକିରି ଖଣ୍ଡେ ପାଇଁ ସରକାରୀ ବାବୁଙ୍କ ପାଖରେ ଏମିତି ହାତ ଯୋଡି ଛିଡା ହୋଇଚନ୍ତି ଜାତୀୟସ୍ତରର ଖେଳାଳି ମମତା । କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଶୁଣୁଛନ୍ତି ତ ମମତାଙ୍କ ଗୁହାରି, ରାଜ୍ୟର ଗର୍ବ ଗୌରବ ମମତାଙ୍କ ଏ ଅବସ୍ଥା ପାଇଁ କିଏ ଦାୟୀ, କାହିଁକି ତାଙ୍କ ମୁଣ୍ଡ ଉପରେ ନାହିଁ ପକ୍କା ଘର, କାହିଁକି ମମତାଙ୍କୁ ମିଳିଲାନି ନିଯୁକ୍ତି, ଖେଳାଳିଙ୍କ ପ୍ରତି ରାଜ୍ୟ ସରକାରଙ୍କ ଇଏ କି ହତାଦାର ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।