ଅନିକେତ ମ। ସେଇ ଯୋଉ ଡେଙ୍ଗା ଟୋକାଟା। ଯାହାକୁ ଚାହିଁବ ହସିବ। ଉପରପଡି କଥା ହବ। କିଛି କଥା ନ ଥାଇ ବି ମିଶିଯିବ। ସମସ୍ତେ ତାକୁ ରୋମିଓ କୁହନ୍ତି। ମୁଁ କିନ୍ତୁ ତାକୁ ଆଦୌ ଭାଉ ଦିଏନି। ସେଇ ମ…. ଯିଏ ମୋ ଡାହାଣ ପଟେ ବସେ।
ମୁଁ ଇଗନୋର କଲି। ସବୁଦିନ ବିଳମ୍ବରେ ଆସୁଥିବା ଅନିକେତ, ସେଦିନ ବି ଡେରିରେ ଆସିଲେ। ମୋ ଚେୟାରଟାକୁ ହଲେଇ ଦେଇ ନିଜ ସିଟ ଆଡକୁ ବସିବାକୁ ଗଲେ। ବାସ୍ ମୋ ସହ ବଦମାସୀ ତାଙ୍କର ଜମାରୁ ଏତିକି। କିନ୍ତୁ ସେଦିନ ସେ ବଦମାସୀ ଟିକେ ଅଧିକ ହେଇଗଲା।
ଚେୟାର ଉପରେ ପଡିଥିବା ଗୋଲାପ ତାଙ୍କ ପାଇଁ ପାଲଟିଗଲା ଅସ୍ତ୍ର। ହାତରେ ଧରି ସେ ମୋ ମୁହଁକୁ ଚାହିଁଲେ। ମୁଁ ତାଙ୍କ ଆଖିରେ ଆଖି ମିଶେଇ ପାରୁ ନ ଥାଏ। ସେ ଆଣ୍ଠୁ ମାଡି ତଳେ ବସି ନ ଥିଲେ। ସେ ମୋତେ ପୂର୍ବରୁ କେବେ ଛୁଇଁ ନ ଥିଲେ।
ସେଦିନ କିନ୍ତୁ ସେ ଗୋଲାପ ଫୁଲ ମତେ ବହୁତ କିଛି କହିଗଲା। ତା ବାସ୍ନାରେ ଅନିକେତ ମତେ ବାରମ୍ବାର ଛୁଇଁଲେ। ତାଳୁରୁ ତଳିପା ଯାଏଁ। ଓଠରୁ ହୃଦୟ ପଯ୍ୟନ୍ତ। ସବୁଠି ନିଜ ସ୍ମୃତି ଚିହ୍ନ ଛାଡି ଗଲେ। ଅଫିସ ସେଦିନ ଅଫିସ ଲାଗୁ ନ ଥିଲା।
ଧେତ୍ କହୁ କହୁ ସବୁ କହିଗଲି ମ… କିନ୍ତୁ ମୂଳ କଥା କହିବାକୁ ଭୁଲିଯାଇଛି।
ଗୋଟେ ମିଠା ସମ୍ପର୍କ ଏଇଠୁ ଆରମ୍ଭ ହେଇଥିଲା। ଆପଣ କହିପାରନ୍ତି ଅତିଥରେ ଆମେ ପ୍ରପୋଜ ଡେ ପାଳିଳୁ । କାହିଁକି କହିଲେ, ସେଦିନ ତାରିଖଟା ୮ ଫେବୃୟାରୀ ନ ଥିଲା।