ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଆସନ୍ତାକାଲି ଠାରୁ ଚାଷୀ ସତ୍ୟାଗ୍ରହ

ଅର୍ଗସ ବ୍ୟୁରୋ : ଆସନ୍ତାକାଲି ଠାରୁ ଚାଷୀ ସତ୍ୟାଗ୍ରହ । ଯାଜପୁର ଚଣ୍ଡିଖୋଲ ରୁ ଆରମ୍ଭ ପଦଯାତ୍ରା । ନବ ନିର୍ମାଣ କୃଷକ ସଙ୍ଘଠନ ଆହ୍ବାନରେ ପ୍ରାଇସ, ପ୍ରେଷ୍ଟିଜ, ପେନସନ ଦାବିରେ ଯାଜପୁର ବଡଚଣା ଧାନମଣ୍ଡଳ ଷ୍ଟେସନ ଠାରେ ଏକତ୍ରୀତ ହେଉଛନ୍ତି ରାଜ୍ୟରୁ ଆସିଥିବା ସମସ୍ତ ଚାଷୀମାନେ । ଆସନ୍ତାକାଲି ଅକ୍ଟୋବର ୧୪ ତାରିଖରୁ ଚାଷୀ ସତ୍ୟାଗ୍ରହ ଆରମ୍ଭ ହେବାକୁ ଥିବାବେଳେ ଏହି ପଦଯାତ୍ରା ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବ। ସମ୍ବିଧାନର ଧାରା ୨୧ ଅନୁସାରେ ସର୍ବନିମ୍ନ ସୁରକ୍ଷା ଭତା ସହ ୧୯ ଦଫା ଦାବିକୁ ନେଇ ଏହି ଆନ୍ଦୋଳନ ଆରମ୍ଭ ହୋଇଛି ।
Download Argus News App
