ପରେ ହାଇକୋର୍ଟ ନିର୍ମାଣ କାଯ୍ୟ ଉପରେ ରହିତାଦେଶ ଲଗାଇଥିବା ବେଳେ ଏଲ ଆଣ୍ଡ ଟି ଅସ୍ଥାୟୀ ପାଚେରୀ ଓ 30ଟି ଶୌଚାଳୟ ନିର୍ମାଣ କରୁଛି ବୋଲି ଅଭିଯୋଗ ହୋଇଛି । ଏନେଇ ଆଜି ଆଲୁମିନି ଟ୍ରଷ୍ଟର ପୁରାତନ ସଦସ୍ୟମାନେ ଏକାଠି ହୋଇ ଚାଲୁଥିବ ନିର୍ମାଣକାଯ୍ୟକୁ ବିରୋଧ କରିଛନ୍ତି ।
ଅର୍ଗସ ବ୍ୟୁରୋ : ଏଲ ଏଣ୍ଡ ଟି କମ୍ପାନୀର ଅସ୍ଥାୟୀ କାଯ୍ୟକୁ ବିରୋଧ । ସାମଗ୍ରୀ ରଖିବା ପାଇଁ ୟୁନିଟ 6 ବିଦ୍ୟାଳୟର ଖେଳ ପଡିଆରେ ଅସ୍ଥାୟୀ ଭାବରେ ନିର୍ମାଣ କାଯ୍ୟକୁ ବିରୋଧ କରିଛନ୍ତି ଓଡ଼ିଶା ଅଭିଭାବକ ସଙ୍ଘ ଓ ୟୁନିଟ 6 ଆଲୁମିନି ଟ୍ରଷ୍ଟ । 3 ମାସ ପୂର୍ବରୁ ଅଭିଭାବକ ପରିଚାଳନା କମିଟି ତରଫରୁ ହାଇକୋର୍ଟର ଆଶ୍ରୟ ନିଆଯାଇଥିଲା ।
ପରେ ହାଇକୋର୍ଟ ନିର୍ମାଣ କାଯ୍ୟ ଉପରେ ରହିତାଦେଶ ଲଗାଇଥିବା ବେଳେ ଏଲ ଆଣ୍ଡ ଟି ଅସ୍ଥାୟୀ ପାଚେରୀ ଓ 30ଟି ଶୌଚାଳୟ ନିର୍ମାଣ କରୁଛି ବୋଲି ଅଭିଯୋଗ ହୋଇଛି । ଏନେଇ ଆଜି ଆଲୁମିନି ଟ୍ରଷ୍ଟର ପୁରାତନ ସଦସ୍ୟମାନେ ଏକାଠି ହୋଇ ଚାଲୁଥିବ ନିର୍ମାଣକାଯ୍ୟକୁ ବିରୋଧ କରିଛନ୍ତି ।
ଅର୍ଗସ ବ୍ୟୁରୋ : ଆଜି ହେଉଛି ଗାନ୍ଧୀ ଜୟନ୍ତୀ. ସାରା ଭାରତବର୍ଷର ପ୍ରତ୍ୟେକ ଲୋକେ ଅକ୍ଟୋବର ୨କୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଭାବେ ମନେ ରଖିଥାନ୍ତି. ତେବେ ୨ ଅକ୍ଟୋବରରେ ମନେପଡେ ବଲିଉଡର ଦ୍ରିଶମ ମୁଭି. ବଲିଉଡର ଦ୍ରିଶମ ମୁଭିର ଏକ ଡାଇଲଗ ପାଇଁ ଅନେକ ଜଣ ଏହି ଦିନକୁ ମନେ ରଖିଛନ୍ତି. ଯାହାର ମିମ୍ସ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି.
Tomorrow is 2nd October.
One of the important day for India.
On this day Vijay Salgaonkar and his family went to Swami Chinmayanand Ji's Panaji ashram to attend satsang and returned on the next day.#October1st #Drishyam pic.twitter.com/45g4Qegv6F — TeeKay (@iTannu) October 1, 2023
୨୦୧୫ରେ ରିଲିଜ ହୋଇଥିବା ଏହି ମୁଭିରେ ଅକ୍ଟୋବର ୨କୁ ନେଇ ଏକ ଫେମସ ଡାଇଲଗ ରହିଥିଲା. ଏହି ଫିଲ୍ମରେ ଅଜୟ ଦେବଗନ ନିଜକୁ ମର୍ଡରରୁ ବଞ୍ଚାଇବା ପାଇଁ ଏହି ଡେଟରେ ସେ ପାନାଜୀ ଆଶ୍ରମ ଯାଇଥିବା କଥା କହିଥିଲେ. ଏବଂ ଅକ୍ଟୋବର ୩ ରେ ସେ ସତସଙ୍ଗ ସାରି ଫେରି ଆସିବା କଥା କହିଥିଲେ. ଏହି ଡେଟ ଦ୍ରିଶମ ଫିଲ୍ମର ସବୁଠୁ ଗୁରୁତ୍ବପୂର୍ଣ୍ଣ ଡେଟ ଥିଲା. ତେବେ ଅନେକ ଜଣ ଆଜି ସୋସିଆଲ ମିଡିଆ ଏକ୍ସରେ ଏହାର ମିମ୍ସ ଛାଡିଛନ୍ତି. ଯେଉଁଠି ଜଣେ ଲେଖିଛନ୍ତି, ମନେ ଅଛି ତ, ଅକ୍ଟୋବର ୨ରେ କଣ ହୋଇଥିଲା ? ସୋସିଆଲ ମିଡିଆରେ ଏହି ମିମ୍ସ ଏବେ ବେଶ ଭାଇରାଲ ହେବାରେ ଲାଗିଛି.
ଅର୍ଗସ ବ୍ୟୁରୋ : ୨୦୨୩ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ମେଡିସିନ ପାଇଁ କ୍ୟାଟଲିନ କାରିକୋ ଓ ଡ୍ରିଉ ୱିସମ୍ୟାନଙ୍କୁ ୨୦୨୩ ବର୍ଷ ପାଇଁ ନୋବେଲ ପୁରସ୍କାର ମିଳିବ । କୋଭିଡ-୧୯ ଭାଇରସର ଭାକ୍ସିନ ବିକାଶରେ ଏହି ଦୁଇ ବୈଜ୍ଞାନିକଙ୍କ ଗବେଷଣା ଫଳପ୍ରଦ ହୋଇଥିବାରୁ ସେମାନଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି ।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନିଜ ଦଳର କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଆପଣଙ୍କ ଦଳ ପ୍ରତି ଆସ୍ଥା କମୁଥିବା ଦର୍ଶାଉଛି । ମୁଖ୍ୟମନ୍ତ୍ରୀ ବିରୋଧୀ ମାନଙ୍କୁ ଜନବିରୋଧୀ କହି ଆକ୍ଷେପ କରିଛନ୍ତି, ଯାହା ଗଣତନ୍ତ୍ର ପାଇଁ ଠିକ୍ ନୁହେଁ ବୋଲି କହିଛନ୍ତି ପୂର୍ବତନ ବିଜେପି ସଭାପତି ସମୀର ମାହାନ୍ତି କହିଛନ୍ତି । ଶ୍ରୀ ମାହାନ୍ତି ଆହୁରି କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଇ ଦେବାକୁ ଚାହୁଁଛୁ ଯେ, ରାଜନୀତିରେ କେବଳ ନିର୍ବାଚନ ଜିତିବା ସବୁ କିଛି ନୁହେଁ, ଲୋକଙ୍କ ସେବା ହିଁ ସର୍ବୋପରି । ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ଜନସାଧାରଣ ବିଜେଡ଼ିକୁ ୪୪.୮ ପ୍ରତିଶତ ଭୋଟ୍ ଦେଇଥିଲା ବେଳେ ବିରୋଧୀ ମାନଙ୍କୁ ଅନୁରୂପ ଭାବରେ ବିଜେଡି ସରକାର ବିରୋଧରେ ୪୯.୩ ପ୍ରତିଶତ ଭୋଟ୍ ଦେଇଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଆହିରି ମଧ୍ୟ କହିଛନ୍ତି, ଓଡ଼ିଶାବାସୀ ବିଜେପିକୁ ଗତ ସାଧାରଣ ନିର୍ବାଚନରେ ୯୧ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟ୍ ଦେଇଛନ୍ତି । ବିରୋଧୀ ଦଳର ଭୂମିକା ବିଜେପିକୁ ମିଳିଛି । ଆପଣଙ୍କ ଅହଙ୍କାର ଆଜି ଚରମ ସୀମାରେ । ଦିନେ ଶାସନରେ ରହିବାର ଅହଙ୍କାର ଦୁର୍ଯ୍ୟୋଧନ ଓ ରାବଣର ଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀଲିଙ୍ଗରାଜ ମନ୍ଦିରର ଉନ୍ନତି ଉପରେ ବିରୋଧୀ ବାଧା ସୃଷ୍ଟି କରୁଥିବା ନେଇ ଆପଣ ଯେଉଁ ଆରୋପ ଲଗାଇଛନ୍ତି, ତାହା ସମ୍ପୂର୍ଣ୍ଣ ଭୁଲ । ଆପଣ ଓ ଆପଣଙ୍କ ସରକାର ମଠ ମନ୍ଦିର ବିରୋଧୀ । ସୌନ୍ଦର୍ଯ୍ୟୀକରଣ ନାଁରେ ଆପଣ ହଜାର ହଜାର ବର୍ଷ ତଳର ମଠ, ମନ୍ଦିରକୁ ଭାଙ୍ଗି କେବଳ ଟାଇଲ ଓ ଗଛ ଲଗାଉଛନ୍ତି । ତାହାକୁ କହିବା କଣ ଭୁଲ ?
କୋଭିଡ୍ ସମୟରେ ରଥଯାତ୍ରାକୁ ବନ୍ଦ କରିବା ପାଇଁ କେଉଁମାନେ ଷଡଯନ୍ତ୍ର କରିଥିଲେ ? ଓଡ଼ିଶାର ଓଡ଼ିଆ ଲୋକଙ୍କ ଦାବି ସତ୍ତ୍ୱେ ରତ୍ନଭଣ୍ଡାର ନ ଖୋଲିବା ପାଇଁ ଆପଣ ମସୁଧା କରିଛନ୍ତି । ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିନ ସନାତନୀ ଧର୍ମକୁ ଗାଳି ଦେଇଥିଲେ ଓ ଧର୍ମକୁ ନମାନିବା ପାଇଁ କହିଥିଲେ, ସେହି ବ୍ୟକ୍ତିଙ୍କୁ ଓଡ଼ିଶା ଗସ୍ତ ସମୟରେ ଆପଣ ଯେଉଁଭଳି ଭାବେ ଅତିଥି ଚର୍ଚ୍ଚା କଲେ, ଏଥିରୁ ଜଣାପଡୁଛି ଆପଣ ସନାତନ ବିରୋଧୀ ନା ସପକ୍ଷବାଦୀ ? ପରମପୂଜ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଏବଂ ପୂଜ୍ୟ ଗଜପତି ମହାରାଜା ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ନୀତିକାନ୍ତି ଘଟଣାରେ ଅନେକ ମୂଲ୍ୟବାନ ପରାମର୍ଶ ଦେଲା ପରେ ବି ଆପଣ କିମ୍ବା ଆପଣଙ୍କ ସରକାର ଏହି କଥାକୁ କେବେ କର୍ଣ୍ଣପାତ ନକରିବା ଦୁଃଖର ବିଷୟ ।
ରାଜ୍ୟରେ ସ୍କୁଲ ମାନଙ୍କରେ ରଙ୍ଗ ବୋଳିଲେ ଶିକ୍ଷାର ବିକାଶ ହୁଏ ନାହିଁ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢୁଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ବିଭିନ୍ନ ସଂଗଠନର ଲକ୍ଷ ଲକ୍ଷ କର୍ମଚାରୀ ଆଜି ଭୁବନେଶ୍ୱରର ରାଜରାସ୍ତାରେ ଧାରଣାରେ ବସିଛନ୍ତି । ଖରା, ବର୍ଷାରେ ନିଜ ପିଲା ଛୁଆଙ୍କୁ ଘରେ ଛାଡି ପେଟ ପାଟଣା ପାଇଁ ସଂଘର୍ଷ ଜାରି ରଖିଛନ୍ତି । ଏହା ବାବଦରେ ଆପଣଙ୍କ ପାଖରେ କିଛି ଉତ୍ତର ଅଛି କି ?
ପ୍ରତିଦିନ ଗଣମାଧ୍ୟମରେ ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଖବର ପ୍ରକାଶିତ ହେଉଛି । କେଉଁ ଜାଗାରେ ଖଟିଆରେ ଗର୍ଭବତୀ ମହିଳାମାନେ ବୁହା ହେଉଛନ୍ତି ତ କେତେବେଳେ ଆପଣ ସ୍ୱପ୍ନ ଦେଖାଇଥିବା ବିଶ୍ୱସ୍ତରୀୟ କଟକ ବଡ ମେଡିକାଲରେ ଦୀର୍ଘ 18 ଘଣ୍ଟା ଧରି ବିଜୁଳି କାଟ ହେବା ଯୋଗୁଁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିରୁ ଅନୁମେୟ, ଆପଣ ଜନତାଙ୍କ ସ୍ୱାସ୍ଥ୍ୟସେବା ଦେବା ପାଇଁ କେତେ ଚିନ୍ତିତ ?
ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାରେ ଆପଣ ଲାଗୁ କରୁ ନାହାନ୍ତି କାହିଁକି ? ରାଜ୍ୟ ବାହାରେ ଓଡ଼ିଆ ଲୋକମାନେ କେତେ ଅସୁବିଧା ହେଉଛନ୍ତି, ସେ ବିଷୟରେ ଆପଣ କେବେ ଚିନ୍ତା କରିଛନ୍ତି କି ? ବିଜୁ ସ୍ୱାସ୍ଥ୍ୟ ଯୋଜନା କିଭଳି ଏବଂ କେଉଁ ଢଙ୍ଗରେ କାର୍ଯ୍ୟକାରୀ ହେଉଛି, ଆପଣଙ୍କ ପାଖରେ ଖବର ଅଛି ତ ? ଲୋକଙ୍କ ସେବା ପରିବର୍ତ୍ତେ ଆପଣ ଲୋକଙ୍କୁ ଭ୍ରମିତ କରି ଦିନରେ ଲଣ୍ଠନ ଦେଖାଉଛନ୍ତି ।