ଏହି ଜାତିଗତ ପ୍ରମାଣପତ୍ର ପାଇଁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ତହସିଲ ଦାରଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ମାଟିଆ ସମ୍ପ୍ରଦାୟର ପିଲାମାନଙ୍କୁ ଜାତିଗତ ପ୍ରମାଣପତ୍ର ଯୋଗାଇ ଦେବା ଦାବି ନେଇ ଆଜି ଜିଲ୍ଲା ଦଳିତ ବିକାଶ ପରିଷଦର ସଭାପତି ଶଙ୍କର ଦାସଙ୍କ ନେତୃତ୍ବରେ ଶତାଧିକ ମାଟିଆ ସମ୍ପ୍ରଦାୟର ପରିବାର ଲୋକେ ପୂର୍ବାଞ୍ଚଳ ରାଜସ୍ବ କମିଶନର ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବାର କାର୍ଯ୍ୟକ୍ରମ ରହିଛି ।
ଜାତିଗତ ପ୍ରମାଣପତ୍ର ପାଇଁ ସଂଗ୍ରାମ କରୁଛନ୍ତି ଦଳିତ ବିକାଶ ପରିଷଦ

ଅର୍ଗସ ବ୍ୟୁରୋ : ଜାତିଗତ ପ୍ରମାଣପତ୍ର ପାଇବା ପାଇଁ ଦୀର୍ଘ ଦିନ ଧରି ଜିଲ୍ଲା ଦଳିତ ବିକାଶ ପରିଷଦ ସଂଗ୍ରାମ କରିଆସୁଛି । ଜାତିଗତ ପ୍ରମାଣପତ୍ର ନଥିବାରୁ ପିଲାମାନଙ୍କ ପାଠପଢ଼ାରେ ବ୍ୟାଘାତ ଘଟିଛି । ପିଲାମାନଙ୍କ ଭବିଷ୍ୟତ ପାଇଁ ମାଟିଆ ସମ୍ପ୍ରଦାୟର ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହେଇଯାଉଛି ।
Download Argus News App
