Nuakhai Express | 27 Jan 2023 | Argus News
୫ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲା ଓଡ଼ିଶା ରାଜ୍ୟ ସରକାର ଘରୋଇ ରିଟେଲର ସଂଘ

ଅର୍ଗସ ବ୍ୟୁରୋ : ୫ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲା ଓଡ଼ିଶା ରାଜ୍ୟ ସରକାର ଘରୋଇ ରିଟେଲର ସଂଘ । ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗୀୟ କଣ୍ଟ୍ରୋଲର ଅଧିନିୟମ ଧାରା 4 ଓ 6 କୁ ଉଚ୍ଛେଦ ଓ ବକେୟା ବର୍ଷ ମାନଙ୍କର ପାଉଣା ପ୍ରଦାନ କରିବା ଭଳି ଦାବି ନେଇ ଲୋୟର ପିଏମଜି ଧାରଣା ସ୍ଥଳରେ ସଙ୍ଘ ପକ୍ଷରୁ ଧାରଣା ଦିଆଯାଇଛି । ଯେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେମାନେ ଆନ୍ଦୋଳନରୁ ଓହରିବେ ନାହିଁ କହିବା ସହ ଆଗକୁ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି ।
Download Argus News App
