ପରୀକ୍ଷା ପେ’ ଚର୍ଚ୍ଚାରେ ସାମିଲ ହେଲେ ଓଡ଼ିଶାର ଛାତ୍ର ଛାତ୍ରୀ
ନୂଆପଡା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ମହିମା ସାଧୁଙ୍କ ବିକ୍ଷୋଭ

ଅର୍ଗସ ବ୍ୟୁରୋ : ନୂଆପଡା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ମହିମା ସାଧୁଙ୍କ ବିକ୍ଷୋଭ । ବେଆଇନ ଓ ଉଦ୍ଦେଶ୍ୟମୂଳକ ଭାବେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସ୍ଥିତ ଅଲେଖ ମହିମା ମନ୍ଦିର ଓ ଉପାସନା ମଠକୁ ଭାଙ୍ଗି ଦେଇଥିବା ଅଭିଯୋଗ କରି ଆଜି ଅଲେଖ ମହିମା କୌପୀନ ଧାରି ମହିମା ସମାଜର ସାଧୁ ସନ୍ଥ ମାନେ ଜିଲ୍ଲାପାଳ ଅଫିସରେ ପହଞ୍ଚି ଜିଲ୍ଲାପାଳଙ୍କ ଉଦେଶ୍ୟରେ ରାଷ୍ଟ୍ରପତିଙ୍କୁ ପାଞ୍ଚ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ଯୋରନ୍ଦା ଗାଦିକୁ ଯେଉଁମାନେ ଭାଙ୍ଗି ଦେଇଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସାଧୁସନ୍ଥ ।
Download Argus News App
