ପୁଣି ବିନା ଥଇଥାନ କରାଯାଇ ଏଭଳି ଉଚ୍ଛେଦ କରିଛି ବିଏମସି । ପାଖାପାଖି ୬୦ ହଜାର ପରିବାର ଏଥିରେ ପ୍ରଭାବିତ ହୋଇଛନ୍ତି । ଆମେ ଖେଳକୁ ବିରୋଧ କରୁନୁ କିନ୍ତୁ ସୌନ୍ଦର୍ଯ୍ୟକରଣ ନାଁ ରେ ଯେଉ ପରି ଭାବରେ ଏଭଳି ଗରିବଙ୍କୁ ହଇରାଣ କରାଯାଉଛି ତାହାକୁ ଆମେ ତୀବ୍ର ବିରୋଧ କରୁଛୁ । ଆମ ପାଇଁ ଏତେ ବୈମାତୃକ ମନୋଭାବ କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି ଉଠାଦୋକାନୀ ।
ତାକୁ ପ୍ରତିବାଦ କରି ଆଜି ଶତାଧିକ ଉଠା ଦୋକାନୀ ଉତ୍ତର ବିଏମସି ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି । ହାଇକୋର୍ଟର ନିୟମକୁ ମାନୁନି ବିଏମସି । ୧ ଘଣ୍ଟା କାଳ ଅଖ ଚକ ସମ୍ପୂର୍ଣ୍ଣ ଭାବରେ ଜାମ ହୋଇଥିଲା। ସେପଟେ ଉଠାଦୋକାନୀଙ୍କ ପ୍ରତିବାଦ ପରେ ନରମିଛି ବିଏମସି । କାଲିଠୁ ଉଛେଦ ପ୍ରକ୍ରିୟା ବନ୍ଦ ନେଇ ସୂଚନା ଦେଇଛନ୍ତି ଆସିଷ୍ଟାଣ୍ଟ କମିଶନର ସୁରେଶ ଜେନା । ଆସିଷ୍ଟାଣ୍ଟ କମିଶନରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ ରହିଛି ।
ଯଦି ବିଏମସି ତାର ପ୍ରତିଶ୍ରୁତି ନ ରକ୍ଷା କରେ ତେବେ ଏହି ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ଉଠାଦୋକାନୀ ସଂଘ ଚେତାବନୀ ଦେଇଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।