ମାତ୍ର ଜିଲ୍ଲା ଓକିଲ ସଂଘ ପକ୍ଷରୁ କୌଣସି ସହଯୋଗ କରାଯାଇନଥିଲା । ସମ୍ବଲପୁର ଠାରେ ପଶ୍ଚିମଓଡିଶାର ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ହୋଇଥିଲା । ଏଥିସହ ଓକିଲ ସଂଘ ପକ୍ଷରୁ ହେଉଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତିବାଦରେ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ସାମୁହିକ ଭାବେ ଅଭିଯୋଗ ନକରି ପଶ୍ଚିମାଞ୍ଚଳ ଓକିଲ ସଙ୍ଘକୁ ଆକ୍ଷେପ ମୂଲକ ଭାବେ ଅଭିଯୋଗ କରିଥିବାରୁ ଏହାର ପ୍ରତିବାଦ କରାଯାଇଛି ।
ହାଇକୋର୍ଟ ବିଚାରପତିଙ୍କ ଦେବଗଡ଼ ଗସ୍ତକୁ ବିରୋଧ

ଅର୍ଗସ ବ୍ୟୁରୋ: ହାଇକୋର୍ଟ ବିଚାରପତିଙ୍କ ଦେବଗଡ ଗସ୍ତକୁ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ବିରୋଧ କରାଯାଇଛି । ଆଜି କାର୍ଯ୍ୟବନ୍ଦ କରିବା ସହ କଳାବ୍ୟାଜ ପରିଧାନ କରି ଜିଲ୍ଲା ନ୍ୟାୟାଳୟ ପରିସରରେ ଓକିଲ ମାନେ ଧାରଣାରେ ବସିଛନ୍ତି । ହାଇକୋର୍ଟ ଜଷ୍ଟିସ ସଙ୍ଗମ କୁମାର ସାହୁ ୨ ଦିନିଆ ଦେବଗଡ ଗସ୍ତରେ ଆସିଥିବା ବେଳେ ଆଜି ଜିଲ୍ଲା ନ୍ୟାୟାଳୟକୁ ଆସିଥିଲେ।
Download Argus News App
