ଏନେଇ ସ୍ଥାନୀଡ଼ ଲୋକେ ଯୋଡୁମ ଥାନାରେ ମାମଲା ରୁଜୁ କରିଛନ୍ତି । ଏପରିକି ମନ୍ଦିର ପରିସରରେ ଶୌଚାଳୟ ନିର୍ମାଣ ନେଇ ମନ୍ଦିର କମିଟିର ସଭାପତି କିମ୍ବା ସଦସ୍ୟ ଅବଗତ ନାହାନ୍ତି । ବେଆଇନ ନିର୍ମାଣ ଉପରେ ରୋକ ଲଗାଇବା ପାଇଁ ଦାବି କରିଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ସ୍ଥାନୀୟ ରେଗଡ଼ା, କୁଞ୍ଜବନପୁର ଗ୍ରାମବାସୀଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଇଛନ୍ତି ନରସିଂହପୁର ବିଡିଓ । ମନ୍ଦିର ପରିସରରେ ମନଇଚ୍ଛା ଶୌଚାଳୟ ନିର୍ମାଣ କରି ଭକ୍ତଙ୍କ ଭାବନାରେ ଆଘାତ ଦେଇଥିବାରୁ ସଂପୃକ୍ତ ଠିକାଦାରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ସହ ଘରଟିକୁ ରୋଷେଇ କିମ୍ବା ଷ୍ଟୋର ରୁମ ଭାବେ ବ୍ୟବହାର କରିବାକୁ ଦାବି ହୋଇଛି ।
ମନ୍ଦିର ପରିସରରେ ଶୌଚାଳୟ ନିର୍ମାଣକୁ ବିରୋଧ

ଅର୍ଗସ ବ୍ୟୁରୋ : ମନ୍ଦିର ପରିସରରେ ନିର୍ମାଣ ହେଉଛି ଶୌଚାଳୟ । ଯାହା ଶ୍ରଦ୍ଧାଳୁଙ୍କ ଭାବନାରେ ଆଘାତ ଦେଇଛି । କଟକ ଜିଲ୍ଲା ନରସିଂହପୁର ବ୍ଲକ ଧନୁର୍ଜୟପୁର ଛକ ନିକଟରେ ଥିବା ପୁରାତନ ଜଗନ୍ନାଥ ମନ୍ଦିରର ୨୦ ମିଟର ପରିଧି ମଧ୍ୟରେ ଶୌଚାଳୟ ନିର୍ମାଣକୁ ଜୋରଦାର ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଅଭିଯୋଗ ଅନୁସାରେ ସଂପୃକ୍ତ ଠିକାଦାର ରୋଷେଇ ଘର ନାମରେ କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ପରେ ଏହା ରୋଷେଇ ଘର ନୁହେଁ ବରଂ ଶୌଚାଳୟ ନିର୍ମାଣ ହୋଇଥିବା ଜାଣିବାକୁ ପାଇଥିଲେ ସ୍ଥାନୀୟ ଲୋକ ।
Download Argus News App
