ମୃତ ଶ୍ରମିକ ଜଣକ କାଉଡୋଲା ପଞ୍ଚାୟତ ମହାଜନଗୁଡା ଗ୍ରାମର ରୁଦ୍ର ବେଶ୍ରାଙ୍କ ପୁଅ ମହେନ୍ଦ୍ର । ପରିବାର ଲୋକଙ୍କ ସୂଚନା ଅନୁସାରେ, ଗତ ୩ମାସ ତଳେ ମହେନ୍ଦ୍ର ତାମିଲନାଡୁର କାରୋଭାଲୁର ଜଗନ୍ନାଥ ଟେକଷ୍ଟାଇଲରେ ଶ୍ରମିକ ଭାବେ ନିୟୋଜିତ ରହିଥିଲେ। ଦୁଇ ଦିନ ତଳେ ଫୋନ କରି ଘର ଲୋକଙ୍କୁ ସବୁ ଠିକ୍ ଠାକ ଥିବା କହିଥିଲେ। ହେଲେ ଆଜି ସକାଳୁ କମ୍ପାନୀର କର୍ମଚାରୀ ମାନେ ଫୋନ୍ କରି ପୁଅ ଆତ୍ମହତ୍ୟା କରିଥିବା କହିବା ପରେ ପରିବାର ଲୋକେ ସନ୍ଦେହରେ ପଡ଼ିଛନ୍ତି। ପ୍ରକୃତ ଘଟଣା କଣ ଘଟିଛି ତାକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରୁଛନ୍ତି।
ଅଧିକ ଓଡିଶା ଖବର ପଢ଼ନ୍ତୁ