ଏହି ବିକ୍ଷୋଭରେ ଯୁବ ଫେଡେରେସନ କୋଇଡା ଶାଖାର ସଭାପତି ବାଦଲ ବାରିକ ,ସିପିଆଇଏମ୍ ରାଜ୍ୟ କମିଟି ସଭ୍ୟ ପ୍ରଭାତ ପଣ୍ଡା, ହଳଧର ଦେହୁରୀ , ସମ୍ପାଦକ ପ୍ରଭାତ ପାତ୍ର ପ୍ରମୁଖଙ୍କ ସହ ବହୁ ସଦସ୍ୟ ଯୋଗ ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୋଇଡା ବିଡିଓ ପଲ୍ଲବୀ ରାଣୀ ରାଜଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ କୋଇଡା ଶାଖା ପକ୍ଷରୁ ବିକ୍ଷୋଭ
ସୁନ୍ଦରଗଡ: ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ କୋଇଡା ଶାଖା ପକ୍ଷରୁ ବିକ୍ଷୋଭ । ଆଜି କୋଇଡ଼ା ବ୍ଲକ ସମ୍ମୁଖରେ ସ୍ଥାନୀୟ ବେକାରୀ ଯୁବକ ଯୁବତୀଙ୍କୁ ନିଯୁକ୍ତିରେ ଅଗ୍ରାଧିକାର, ଶିକ୍ଷାକୁ ଘରୋଇକରଣ ନ କରିବା , ଖାଲି ପଡିଥିବା ପଦବୀ ପୂରଣ କରିବା ,ଅତି ଆବଶ୍ୟକ ଜିନିଷ ଉପରେ ଜିଏସଟି ଛାଡ କରିବା, ଜିଲ୍ଲା ଖଣିଜ ପାଣ୍ଠିକୁ ଅପବ୍ୟବହାର ନ କରି ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ବ୍ୟବହାର କରିବା, କୋଇଡ଼ା ଠାରେ ସରକାରୀ ବିଜ୍ଞାନ ବିଭାଗ କଲେଜ ଖୋଲିବା ଆଦି ପାଞ୍ଚ ଦଫା ଦାବି ନେଇ ଯୁବ ଗୋଷ୍ଠୀଙ୍କ ପକ୍ଷରୁ ପୋଷ୍ଟର ବ୍ୟାନର୍ ଧରି ବିକ୍ଷୋଭ କରାଯାଇଛି ।
Download Argus News App
