ବିଜେଡି ଶାସନ ରେ ମହିଳା ବିପଦରେ । ଏପରି ଅଭିଯୋଗ ନେଇ ଆଣିଛି ବିଜେପି । ଦୀର୍ଘ ବର୍ଷ ଧରି ରାଜ୍ୟରେ ମହିଳା ଅସୁରକ୍ଷିତ, ମହିଳାଙ୍କୁ ଅସମ୍ମାନ, ମହିଳା ବିରୋଧୀ ହିଂସା, ଦୁଷ୍କର୍ମ, ହତ୍ୟା ଆଦିରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ଶାସକ ଦଳର ବିଧାୟକ, ନେତା ମାନେ ଲିପ୍ତ ଅଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ହେଲେ ଅନ୍ୟପଟେ ଭାରତୀୟ ଜନତା ପାର୍ଟି ଉପରେ ମହିଳା ବିରୋଧୀ ବୋଲି ଯେଉଁ ଲାଞ୍ଛନା ଲଗାଉଛି ବିଜେଡ଼ି ତାହା ଅତ୍ୟନ୍ତ ହାସ୍ୟାସ୍ପଦ ।
ଅସଲରେ ଯଦି କିଏ ମହିଳା ବିରୋଧୀ ତାହେଲେ ସେ ଏଇ ରାଜ୍ୟ ସରକାର । ତାଙ୍କ ନେତା ମନ୍ତ୍ରୀ ମାନେ ଇତିଶ୍ରୀ ଠାରୁ ଆରମ୍ଭ କରି ବେବିନା, କୁନ୍ଦୁଲି ପୀଡ଼ିତା, ମାଧବିଲତା, ମାମିତା ମେହେର ଓ ପରୀ ହତ୍ୟାକାଣ୍ଡ ଭଳି ଘଟଣାରେ ସମ୍ପୃକ୍ତ । ଅନ୍ୟକୁ କହିବା ଆଗରୁ ରାଜ୍ୟ ସରକାର ନିଜକୁ ଦେଖନ୍ତୁ । ଆଜି ସରକାରଙ୍କ ପ୍ରୋତ୍ସାହନରେ ଏଠି ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ଭଳି ଘଟଣା ଘଟୁଛି।
ମହିଳାଙ୍କୁ ମାନସିକ ଓ ଶାରୀରିକ ଭାବେ ନିର୍ଯାତନା ଦେବା ଦଳ ହେଉଛି ବିଜୁ ଜନତା ଦଳ । କାହାକୁ କୌଣସି ଦୋଷ ଦେଇପାରିବେ ନାହିଁ । ଯଦି ବିଜେପିର କେଉଁ ନେତା କି କାର୍ଯ୍ୟକର୍ତ୍ତା କିଛି ଦୋଷ କରିଛନ୍ତି ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।
ମହିଳା ଶୋଷଣରେ ରାଜ୍ୟ ସରକାର ଆଗରେ । ବିଧାନସଭାର ପ୍ରଶ୍ନ ଉତ୍ତର ଏହା ସ୍ପଷ୍ଟ କରିଛି । ମୁଖ୍ୟମନ୍ତ୍ରୀ ଆଗେ ତାହା ସ୍ପଷ୍ଟ କରନ୍ତୁ । ଅନ୍ଧାରରେ ବାଡ଼ି ବୁଲେଇବା ଭଲି ଭିତ୍ତିହୀନ ଅଭିଯୋଗ ନ କରନ୍ତୁ । ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ଯିଏ ଦୋଷ କରିବ ସେ ଦଣ୍ଡ ପାଇବ । ସରକାର କାର୍ଯ୍ୟାନଷ୍ଠାନ ନିଅନ୍ତୁ ରାଜନୀତି ନ କରନ୍ତୁ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା କହିଛନ୍ତି ।