ପଞ୍ଚାୟତକୁ 50 ଲକ୍ଷ ଟଙ୍କାରୁ ଅଧିକ ଅନୁଦାନ ଆସୁଥିଲେ ବିଡିଓଙ୍କ କାଉଣ୍ଟର ସାଇନ୍ ପାଇଁ ଥିବା ବ୍ୟବସ୍ଥା ହଟାଇବା
ପଞ୍ଚାୟତ ଅର୍ଥରେ ଖର୍ଚ୍ଚ ହେଉଥିବା ସମସ୍ତ କାର୍ଯ୍ୟ ପଞ୍ଚାୟତ ଦ୍ବାରା ପରିଚାଳନା କରାଯିବା
ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଆସୁଥିବା ଅର୍ଥ ଗ୍ରାମସଭା ମାଧ୍ୟମରେ ପାରିତ ହୋଇ ପଞ୍ଚାୟତକୁ ତଦାରଖ ଦାୟିତ୍ବ ଦେବା । ଗ୍ରାମ ଶାସନ ପରିସର ଭୁକ୍ତ ଗୋଚର ଓ ଅନ୍ୟ ସରକାରୀ ଜମିର ରକ୍ଷଣାବେକ୍ଷଣ ଦାୟିତ୍ବ ପଞ୍ଚାୟତକୁ ହସ୍ତାନ୍ତର କରିବା ଗୋଚର ଜମିକୁ କିସମ ପରିବର୍ତ୍ତନ କରି ପଞ୍ଚାୟତର ଆୟ ସମ୍ବଳିତ ପ୍ରକଳ୍ପ ତିଆରି ପାଇଁ ଅନୁମତି ଦେବା।
ରାଜଧାନୀରେ ଆନ୍ଦୋଳନରତ ସରପଞ୍ଚଙ୍କୁ ଭେଟିଛନ୍ତି ବିଜେପି ପ୍ରତିନିଧି ଦଳ। ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ନେତୃତ୍ବରେ ବିଜେପି ଟିମ୍ ସରପଞ୍ଚଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶାରେ ଯେଉଁଭଳିଭାବରେ ବାବୁତନ୍ତ୍ରକୁ ପ୍ରୋତ୍ସାହନ ଦେଇ ରାଜ୍ୟ ସରକାର ସରପଂଚ ଓ ସମିତିସଭ୍ୟମାନଙ୍କ କ୍ଷମତା ଅଫିସରଙ୍କ ହାତକୁ ଟେକିଦେଇଛନ୍ତି ତାହା ଅଗଣତାନ୍ତ୍ରିକ। ଚଳିତ ବିଧାନସଭା ଅଧିବେଶନରେ ସରପଞ୍ଚଙ୍କ ହକ୍ ପ୍ରସଙ୍ଗ ଉଠାଯିବ ବୋଲି କହିଛି ବିଜେପି।
ଏବେ ଟ୍ରେଲର ଦେଖାଇଛୁ ଦାବି ପୂରଣ ନହେଲେ ଆଗକୁ ପୁରା ପିକଚର ଦେଖାଇବୁ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି ଓଡ଼ିଶା ସରପଞ୍ଚ ମହାସଂଘ।
ଆହୁରି ପଢନ୍ତୁ ଓଡିଶା ଖବର...