ବିବାହ କରିବେ ନଦୀ କନ୍ୟା...
ପୁରୀ: ପୁରୀ ମେଡ଼ିକାଲ ଠିକା କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଉଟସୋରସିଂରେ ୨୦ ଜଣ କର୍ମଚାରୀ ଦୀର୍ଘ ୧୦ବର୍ଷ ହେବ କାମ କରିଆସୁଛନ୍ତି । ମାତ୍ର ୨୦୨୦ରେ ସେମାନଙ୍କୁ ଛଟେଇ କରାଯାଇଛି ।
୪ମାସ ହେବ ଧାରଣା ଦେବା ସତ୍ତ୍ୱେ ମଧ୍ୟ ସେମାନଙ୍କୁ ଏଯାବତ ଦରମା ମିଳିନାହିଁ । ଏପରି କି ଇପିଏଫ, ଇଏସସଆଇ କିମ୍ବା ଡ୍ରେସ ବାବଦ ଆଲାଉନ୍ସ ଦିଆଯାଇନାହିଁ । ଯଦ୍ୱାରା ଛଟେଇ କର୍ମଚାରୀ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ତୁରନ୍ତ ଏହି ଛଟେଇ କର୍ମଚାରୀଙ୍କୁ ପୁନଃଥଇଥାନ ଏବଂ ବକେୟା ଦରମା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦିଆଯାଇଛି ।