ଘର
ଓଡ଼ିଶା
'ଅତୀତକୁ ସମାଲୋଚନା କରି କଥାକୁ ଏଡାଇ ଯିବା ସରକାର ଆମର ନୁହେଁ'
'ଅତୀତକୁ ସମାଲୋଚନା କରି କଥାକୁ ଏଡାଇ ଯିବା ସରକାର ଆମର ନୁହେଁ'
by Smruti Parija
ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗ ଯଦି ଆଜି ଅସୁବିଧା ସ୍ଥିତି କୁ ଯାଇଛି ତାର ଏକମାତ୍ର କାରଣ ହେଉଛି ନବୀନ ପଟ୍ଟନାୟକ ନିଜେ । ମଧସ୍ଥତାକୁ ମନା କରି ନାଟକୀୟ ଢ଼ଙ୍ଗରେ ମାଠିଆ ବାଡ଼େଇଲେ ଯାହାକି ରାଜନୀତିରେ ଏମିତି କରାଯାଏନି । ରାଜ୍ୟର ସ୍ବାର୍ଥ କଥା ସେମାନେ ସେବେ ଭୁଲି ଯାଇଥିଲେ । ହନୁ ମଲା ବେଳେ ସତ କହିଲା ଭଳି ଆଜି ବିଜେଡିକୁ ସବୁ ମନେ ପଡୁଛି । ଅତୀତକୁ ସମାଲୋଚନା କରି କଥାକୁ ଏଡାଇ ଯିବାର ସରକାର ଆମର ନୁହେଁ । ଆମେ ସ୍ପଷ୍ଟ ଭାବେ କହୁଛୁ ଓଡ଼ିଶାର ସ୍ୱାର୍ଥ ପାଇଁ ଶେଷ ବିନ୍ଦୁ ପର୍ଯ୍ୟନ୍ତ ଯାହା ଯାହା କରିବାର ଥିବ ଆମ ସରକାର ତାହା କରିବେ ।
ସେଥିପାଇଁ କେନ୍ଦ୍ର ସରକାରଙ୍କ ସବୁ ପ୍ରକାର ସହଯୋଗ ବି ଅଛି । ଏବଂ ଅତୀତରେ ବି ଯେଉଁ ଲଢେଇ ଗୁଡ଼ିକ ଲଢ଼ି ବିଜେଡି ସରକାର ହାରିଛନ୍ତି ସେ ବଂଶଧାରା ଟ୍ରିବୁନାଲ ହେଉ କି ଯାହା ବି ତାହା କେବଳ ଏମାନଙ୍କ ଅବହେଳା କାରଣରୁ ହାରିଛନ୍ତି । ଏଥର କିନ୍ତୁ ମହାନଦୀ ଟ୍ରିବୁନାଲରେ ସେମିତି କିଛି ହେବାକୁ ଦିଆଯିବ ନାହିଁ । ଅନ୍ତତଃ ଅତୀତର ପୁନରାବୃତ୍ତି ଏ ସରକାରରେ ହେବ ନାହିଁ । ତେଣୁ ଅଯଥା ସମାଲୋଚନା କରି ରାଜନୈତିକ ଦ୍ଵନ୍ଦ ସୃଷ୍ଟି ନ କରୁ ବିଜେଡି ।