ମାଲକାନଗିରି: ସାରା ଦେଶରେ କୋରୋନା କଟକଣା ଲାଗି ରହିଥିବା ବେଳେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ସ୍ଵାଭିମାନ ଅଂଚଳର ଗୋରାସେତୁ ଠାରେ ଶହ ଶହ ଆଦିବାସୀ ଏକତ୍ରିତ ହୋଇଛନ୍ତି । ଦୁଇ ଦଫା ଦାବି ନେଇ ତିନୋଟି ପଞ୍ଚାୟତର ଶତାଧିକ ଲୋକ ପ୍ରଶାସନ ବିରୋଧରେ ମୁହଁ ଖୋଲିଛନ୍ତି । ତିନି ମାସ ହେଲା ସ୍ଵାଭିମାନ ଅଂଚଳରେ ଲଞ୍ଚ ସେବା ବନ୍ଦ ରହିଥିବାବେଳେ ଲୋକେ ଏବେ ପାଣି ଘେରରେ ବନ୍ଦୀ ଜୀବନ ବିତାଉଛନ୍ତି । ସାରା ଦେଶରେ ଲକଡାଉନ୍ କୋହଳ ହୋଇଥିବାରୁ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି । କିନ୍ତୁ ସ୍ୱାଭିମାନ ଅଂଚଳରେ ସବୁ ଓଲଟା ଚାଲିଛି ।
ତିନି ମାସ ଧରି ବନ୍ଦୀ ଜୀବନଯାପନ କରିବା ପରେ ତୁରନ୍ତ ଲଞ୍ଚ ଚଳାଇବା ନେଇ ଅଂଚଳବାସୀ ଦାବି କରିଛନ୍ତି । ଲଞ୍ଚ ବନ୍ଦ ଯୋଗୁଁ ଚିକିତ୍ସା ସେବାରେ ବାଧା ସୃଷ୍ଟିହୋଇଥିବା ବେଳେ ଅତ୍ୟାବଶକୀୟ ଜିନିଷ, ମଧ୍ୟ ସ୍ୱାଭିମାନ ଅଂଚଳକୁ ଯାଇପାରୁନାହିଁ । ଏଥିସହ ଦାରଲାବେଡା ଠାରେ ନୂତନ ଭାବେସ୍ଥାପିତ ହୋଇଥିବା ବିଏସଏଫ କ୍ୟାମ୍ପକୁ ମଧ୍ୟ ମାଓବାଦି ବିରୋଧ କରିଛନ୍ତି । ଏଠାରେ ବିଏସଏଫ କ୍ୟାମ୍ପ ହେବା ଦ୍ୱାରା ଯବାନ ଏହି ଅଂଚଳର ଲୋକଙ୍କୁ ମାରପିଟ କରିବା ସହ ନିର୍ଯ୍ୟାତନା ଦେଉଥିବା ନେଇ ଲୋକେ ତୀବ୍ର ଅସଂତୋଷପ୍ରକାଶ କରିଛନ୍ତି । ତେଣୁ ତୁରନ୍ତ ବିଏସଏଫ କ୍ୟାମ୍ପ ହଟାଇବା ନେଇ ଦାବି ହୋଇଛି ।
ଅର୍ଗସ ବ୍ୟୁରୋ : ଭୂମିକମ୍ପରେ ଥରିଲା ମେଘାଳୟ । ଆଜି ସନ୍ଧ୍ୟା ପ୍ରାୟ ୬.୧୫ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଛି । ଭୂମିକମ୍ପ ଯୋଗୁଁ, ମେଘାଳୟ, ଆସାମ ସହ ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ମଧ୍ୟ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ ହୋଇଛି।
ଅଧିକ ପଢନ୍ତୁ ଭାରତ ଖବର
ସଂସ୍ଥା କହିଛି ଯେ ଭୂପୃଷ୍ଠରୁ ୧୦ କିମି ଗଭୀରରରେ ଏହା ସୃଷ୍ଟି ହୋଇଥିଲା । ମେଘାଳୟରେ ସବୁଠାରୁ ଅଧିକ ତୀବ୍ରତାର ଝଟକା ଅନୁଭବ ହୋଇଛି । ଏହାବାଦ ପଶ୍ଚିମବଙ୍ଗ ଓ ଆସାମର କିଛି ସ୍ଥାନରେ ମଧ୍ୟ ଲୋକମାନେ ଝଟକା ଅନୁଭବ କରିଛନ୍ତି । ହଠାତ୍ ଭୂମିକମ୍ପ ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଧନ-ଜୀବନ କ୍ଷତି ନେଇ ସୂଚନା ମିଳିନାହିଁ।
ଅର୍ଗସ ବ୍ୟୁରୋ : ରାଜସ୍ଥାନର ଚିତ୍ତୋରଗଡ଼ରେ ବିଶାଳ ରାଲି କରିଛନ୍ତି ପିଏମ ମୋଦି। ଏହି ଅବସରରେ ସାନୱାଲିଆ ସେଠ୍ ମନ୍ଦିର ଯାଇ ଦର୍ଶନ କରିବା ସହ ଚିତ୍ତୋରଗଡରେ ପ୍ରାୟ 7 ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
କଂଗ୍ରେସ ସରକାରରେ ରାଜସ୍ଥାନ ଅପରାଧ ତାଲିକାଲେ ଶୀର୍ଷରେ ରହିବା ଏକ ଲଜ୍ଜାଜନକ ବୋଲି କହିଛନ୍ତି ମୋଦି । ଅପାରଗ ସରକାରକୁ ଟାର୍ଗେଟ୍ କରି କହିଛନ୍ତି ପାଞ୍ଚ ବର୍ଷ ଧରି ରାଜସ୍ଥାନକୁ କେବଳ ଲୁଟିଛି କଂଗ୍ରେସ ସରକାର। ଏବେ ଗେହଲଟ ସରକାର ବିଦାୟ ନେବାର କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି। ବିଜେପିକୁ କ୍ଷମତାକୁ ଆଣିବାକୁ ରାଜସ୍ଥାନବାସୀ ମନ ବଳାଇସାରିଛନ୍ତି। ବିଜେପି କ୍ଷମତାକୁ ଆସିଲେ ଭ୍ରଷ୍ଟାଚାରୀଙ୍କୁ ମାଫ୍ କରାଯିବ ନାହିଁ। ପେପର ଲିକ୍ ମାଫିଆଙ୍କୁ ପାତାଳରୁ ବି ଖୋଜି ବାହାର କରି ଦଣ୍ଡ ଦିଆଯିବ।