ଏହି କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ଆବଶ୍ୟକତା ଅନୁସାରେ ଶିକ୍ଷା, ସ୍ୱାସ୍ଥ୍ୟ ,ତଥା ସୁସ୍ଥ ଜୀବନଯାପନ ଲାଗି ବିଭିନ୍ନ ପ୍ରକାର ସେବା ତଥା ଉପକରଣ ମାନ ଯୋଗାଇ ଦିଆଯାଇଥାଏ। ସେଭଳି ଚଳିତ ଦିନର ଜନସମ୍ପର୍କ କାର୍ଯ୍ୟକ୍ରମରେ ମଧ୍ୟ୍ୟ ଝରିଗାଁ ଅଞ୍ଚଳର ଯୁବଗୋଷ୍ଠୀ ତଥା ଭଲିବଲ ଖେଳାଳି ମାନଙ୍କୁ ଜନ ସମ୍ପର୍କ ଶିବିରକୁ ଆମନ୍ତ୍ରଣ କରାଯାଇ ସେମାନଙ୍କୁ ଭଲିବଲ ଏବଂ ନେଟ ପ୍ରଦାନ କରାଯାଇଥିଲା। ଯାହାକି ଯୁବ ଗୋଷ୍ଠୀ ସୁସ୍ଥସବଳ ଜୀବନଯାପନ କରିବା ସହ ପରସ୍ପର ସୁସମ୍ପର୍କ ସ୍ଥାପନ ହୋଇପାରିବ। ତେବେ ଏହି କାର୍ଯ୍ୟକ୍ରମ ରେ ମୋଟ ୨୫ଟି ଗ୍ରାମର ଯୁବ ଖେଳାଳି ମାନଙ୍କୁ ୭୫ଟି ଖେଳ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଏହି ଜନସମ୍ପର୍କ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏମଡି ସାଜିଦ (କାମାଣ୍ଡାଣ୍ଟ )ଯୋଗଦେଇ ଏହାର ଶୁଭଉଦଘାଟନ କରିଥିବା ବେଳେ, ଏନ ରତନ କୁମାର ସିଂ (ସେକଣ୍ଡ ଇନ କମାଣ୍ଡ ), ନୀତେଶ ଖାଡେ (ଆସିଷ୍ଟାଣ୍ଡ କାମାଣ୍ଡେଣ୍ଟ ), ଝରିଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ତପନ କୁମାର ପତି, ଝରିଗାଁ ସରପଞ୍ଚ ଯୋଗେଶ୍ୱର ପୁଜାରୀ ଏବଂ ସମସ୍ତ ୧୨ ବାଟାଲିୟନ CRPF ର ସମସ୍ତ ଯବାନ ଉପସ୍ଥିତ ଥିଲେ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।