କିନ୍ତୁ ଏଇଲା ଏଇଲା ସରକାରଙ୍କ ଚୈତନ୍ୟ ଉଦୟ ହେଇଛି। ଧର୍ମକୁ ଆଖିଠାର ମାରିଲା ଭଳି ଜାରି ହୋଇଛି ହେଲ୍ପ ଲାଇନ୍ ନମ୍ବର । କୁହାଯାଇଛି, ଆପଣ ଯେ କୌଣସି ସୁଲଭ ଶୌଚାଳୟ ବ୍ୟବହାର କଲେ ଏଥିପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ। ଯଦି ଏହାକୁ ବ୍ୟବହାର କରିବା ପରେ କେହି ଆପଣଙ୍କଠାରୁ ଅର୍ଥ ଦାବି କରନ୍ତି ତେବେ 0674-2391395ରେ ଅଭିଯୋଗ କରିପାରିବେ।
ଏବେ ପ୍ରଶ୍ନ ଉଠୁଛି, ସରକାରଙ୍କ ଏହି ନିଷ୍ପତ୍ତି ପରେ ଶୈଚାଳୟ ଗୁଡିକର ଅବସ୍ଥା ସାଙ୍ଘାତିକ ହେଇଯିବନି ତ ? ଲୋକେ ଟଙ୍କାଏ ଦେଇ ଲଘୁଶଙ୍କା ଆଉ ୫ଟଙ୍କାରେ ଗୁରୁଶଙ୍କା କରୁଥିଲେ। କିନ୍ତୁ ଏବେ ମାଗଣା କରିବେ। ଏଭଳି ସ୍ଥିତିରେ ସ୍ବଚ୍ଛତା ବଜାଏ ରହିବ ତ? ଏ ଦିଗରେ କର୍ତ୍ତୃପକ୍ଷ ଯତ୍ନବାନ୍ ହୋଇପାରିବେ ତ ?
ଯଦି ଆମେ କରୁଥିବା ଆଶଙ୍କା ସତ ହୁଏ। ତେବେ ଲୋକ ମୁହଁରେ ହାତ ଦେଇ ପୁଣି ରାସ୍ତା କଡ଼କୁ ଫେରିବେ। ଆମ ରାଜ୍ୟରେ ପର୍ଯାପ୍ତ ଶୌଚାଳୟ ନାହିଁ ଏ କଥା ଆମେ ସମସ୍ତେ ଜାଣିଛୁ। ଯେଉଁ କେତୋଟି ଅଛି ତା ଅବସ୍ଥା ବି ସାଙ୍ଘାତିକ। କେଉଁଠି କବାଟରେ ଟାରବୋଲ୍ଟ ହୁଗୁଳିଛି ତ ଆଉ କେଉଁଠି ଗନ୍ଧରେ ଫାଟି ପଡୁଛି ମୁହଁ। ଏଣୁ ପ୍ରବେଶକୁ ନିଶୁଳ୍କ କରିଦେଲେ ହେବନି। ପର୍ଯାପ୍ତ ଶୌଚାଳୟ ବ୍ୟବସ୍ଥା କରନ୍ତୁ। କାରଣ, ଆପଣଙ୍କ ନିଶୁଳ୍କ ଶୌଚାଳୟ ପର୍ଯ୍ୟନ୍ତ ଯିବା ବେଳକୁ ବାଟରେ ବି ଲଗୁଶଙ୍କା ମାଡିପାରେ !
ଓଡ଼ିଶା ନ୍ୟୁଜ ଆହୁରି ପଢନ୍ତୁ