ଅଭିଯୋଗ ମୁତାବକ ନିମାପଡା ଥାନା ଅଧୀନ ଡେଣୁଅଁ ପଂଚାୟତ ଅନ୍ତର୍ଗତ ଡେଣୁଅଁ ପାଢ଼ୀ ସାହି ଗ୍ରାମର ଗୁରୁ ପ୍ରସାଦ ସାବୁତ ଓରଫ ବାପି ଭୁବନେଶ୍ୱରରେ ରହି କମ୍ପାନୀରେ କାର୍ଯ୍ୟ କରନ୍ତି l ସମ୍ପୃକ୍ତ ମହିଳାଙ୍କ ସହିତ ତିନି ବର୍ଷ ତଳେ ନିମାପଡାରେ ସାକ୍ଷାତ ହୋଇଥିଲା । ପରେ ମହିଳାଙ୍କ ଫୋନ ନମ୍ବର ନେଇ ମହିଳାଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲା l ମହିଳା ଜଣଙ୍କ ବିବାହ ପାଇଁ ବାଧ୍ୟ କରିବାରୁ ବାପି ମନା କରିଦେଇଥିଲା l ନ୍ୟାୟ ପାଇଁ ସମୃକ୍ତ ମହିଳା ନିମାପଡା ଥାନାର ଦ୍ୱାରସ୍ତ ହୋଇଥିଲେ l