ଅଧିକ ପଢନ୍ତୁ : ଚୈତ୍ର-ଶୁକ୍ଳ ପ୍ରତିପଦ ତିଥିରେ ଶ୍ରୀଜୀଉଙ୍କ ବନକଲାଗି ନୀତି
ଉଭୟ ପକ୍ଷ ଘରେ ପଶି ପଡୋଶୀ ଖଣ୍ଡାରେ ମାରିଥିବା ଅଭିଯୋଗ କରିଛନ୍ତି । ଶଙ୍କରଙ୍କ ଘର ସମ୍ମୁଖରେ ପଡୋଶୀ ପ୍ରଭାକର ବାଲି ଗଦାଇ ରଖିଥିଲେ । ଘର ସମ୍ମୁଖରେ ଥିବା ଠାକୁରଙ୍କୁ ପାଣି ଦେବାବେଳେ ପାଣି ପ୍ରଭାକରଙ୍କ ବାଲିଗଦାର କିଛି ଅଂଶ ଭିଜେଇଦେବାରୁ କ୍ରୋଧାନ୍ୱିତ ହୋଇ ପଡୋଶୀ ଶଙ୍କର ଓ ପରିବାରକୁ ପ୍ରଭାକରଙ୍କ ପରିବାର ଲୋକ ଖଣ୍ଡାରେ ଚୋଟ କରିଥିବା ଶଙ୍କରଙ୍କ ପରିବାର ଲୋକ ଅଭିଯୋଗ କରିଥିବା ବେଳେ ପ୍ରଭାକର ଓଲଟା ଅଭିଯୋଗ କରିଛନ୍ତି ଯେ ଶଙ୍କରଙ୍କ ପରିବାର ଲୋକ 8ରୁ 10 ଜଣ ମିଶି ତାଙ୍କ ପୁଅ ବାଦଲକୁ ହାଣିଛନ୍ତି । ସମସ୍ତ ଆହତଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।