ବିବାହ ବନ୍ଧନରେ ବାନ୍ଧିହେଲେ ‘ସବ୍ୟର୍ଚ୍ଚିତା’
ପୁରୀ: ପୁରୀ ବଗଲା ଧର୍ମଶାଳା ବିବାଦୀୟ ଜାଗା ପ୍ରସଙ୍ଗ । ବିବାଦୀୟ ଜମିରେ ଭୂମି ପୂଜା କଲେ ବିସ୍ଥାପିତ ପରିବାର । ଘର ନିର୍ମାଣ ପାଇଁ ବିସ୍ଥାପିତ ବଟକୃଷ୍ଶ ମୁଦ୍ରା ପରିବାର ଏହି ବିବାଦୀୟ ଜମିରେ ଭୂମିପୂଜା କରିଛନ୍ତି ।
ଦୁଇଦିନ ମଧ୍ୟରେ ଘର ନିର୍ମାଣ ଆରମ୍ଭ କରିବେ ବୋଲି କହିଛନ୍ତି ବିସ୍ଥାପିତ । ସେପଟେ ଏହାକୁ ନେଇ ବିଜେପିର ଜୋରଦାର ପ୍ରତିବାଦ କରାଯାଇଛି । ଘଟଣାସ୍ଥଳରେ ବିଜେପି କର୍ମୀ ଓ ବଟକୃଷ୍ଶ ମୁଦ୍ରା ପରିବାରଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବା ଦେଖିବାକୁ ମିଳିଛି ।