କିନ୍ତୁ ଏବେ ଦୀର୍ଘ ଏକମାସ ହେବ ମହାପ୍ରଭୁଙ୍କ ବନକଲାଗି ନୀତି ନହେବା ଯୋଗୁଁ ଶ୍ରୀଜୀଉଙ୍କ ଶ୍ରୀମୁଖ ପ୍ରତି ବିପଦ ରହିଥିବା କହିଛନ୍ତି ଖୋଦ୍ ଦତ୍ତମହାପାତ୍ର ସେବକ ।
ମାସକୁ ଚାରିଥର ବଦଳରେ ଦୁଇଥର ବନକଲାଗି ନୀତି ହେବା ନିଷ୍ପତ୍ତି କାହିଁକି ନେଲା ଶ୍ରୀମନ୍ଦିର ପ୍ରଶାସନ ? କଣପାଇଁ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତିକୁ ମାନିନେଲେ ଦତ୍ତମହାପାତ୍ର ସେବକ ? କାହା ଚାପରେ ଚେପା ହେଲେ ଦତ୍ତମହାପାତ୍ର ସେବକ ? ଏଭଳି ଅନେକ ପ୍ରଶ୍ନ ଏବେ ଉଠିଥିବା ବେଳେ ଏବେ ପୁଣି ବନକଲାଗି ନୀତି ନହେବା । ସେବାୟତଙ୍କ ମହଲରେ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି ।
ସେପଟେ ଭକ୍ତ ଓ ବୁଦ୍ଧିଜୀବୀ ମାନେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅପାରଗତାକୁ ଦାୟୀ କରିଥିବା ବେଳେ ତୁରନ୍ତ ମହାପ୍ରଭୁଙ୍କ ବନକଲାଗି ନୀତି କରିବାକୁ ମତ ରଖିଛନ୍ତି । ବନକଲାଗି ନୀତି ନହେବାରୁ ମହାପ୍ରଭୁଙ୍କ ଶ୍ରୀମୁଖ ମଳିନ ପଡୁଥିବା ବେଳେ ଜନ୍ମାଷ୍ଟମୀ ନୀତିକୁ ଆଳକରି ଶ୍ରୀମୁଖ ଶୃଙ୍ଗାର ନୀତିକୁ ବନ୍ଦ ରଖିଛି ମନ୍ଦିର ପ୍ରଶାସନ। ତେବେ ବିଗତ ବର୍ଷ ମାନଙ୍କରେ କୃଷ୍ନଜନ୍ମ ନୀତିରେ ବନକଲାଗି ହେଉଥିବାରୁ ଏବେ କ'ଣ ପାଇଁ ବନ୍ଦ ଏକମାସ ହେଲା ବନ୍ଦ ରହିଲା ତାହା ବଡ ପ୍ରଶ୍ନ ସୃଷ୍ଟି କରିଛି ।