ଅଧିକ ପଢନ୍ତୁ ଓଡ଼ିଶା ଖବର
ସେପଟେ ରଥଖଳାରେ ତିନିରଥର ଦଣ୍ଡାଫ୍ରେମ ନିର୍ମାଣ ଶେଷ ହୋଇ ଦଣ୍ଡା ପ୍ରେମର ବିଭିର୍ଣ୍ଣ ଅଂଶ ଗୁଡିକର ନମ୍ବରିଂ କରାଯାଇ କଳଶ ଗାରିଆ କାର୍ଯ୍ୟ ପରେ ଦଣ୍ଡାରେ ସଂଯୋଗ ହୋଇଥିବା ବିଭିନ୍ନ ଅଂଶ ଗୁଡିକରେ ଲାଗିଥିବା ଗୁଜ, ଜଳଯନ୍ତ୍ର ଖୋଲାଯାଇ କୁଡୁକା ଇତ୍ୟାଦିରେ କାପ, କଳଶ, ବିନ୍ଧ କାର୍ଯ୍ୟ କରାଯାଇଛି । ସେପଟେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏଏସଆଇକୁ ନେଇ ସରିଛି ବୈଠକ । ରଥଯାତ୍ରା ଭିତରେ ଗର୍ଭଗୃହ ଯାଞ୍ଚ ଓ ସଂରକ୍ଷଣ କରିବା ନେଇ ବୈଠକରେ ହୋଇଛି ଆଲୋଚନା । ଚଳିତବର୍ଷ ମୁଷା, ଅସରପା ନିରାକରଣ ପାଇଁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି । ତାସହିତ ଗତବର୍ଷ ଗର୍ଭଗୃହରେ ଚନ୍ଦନ ଅର୍ଗଳି ନିକଟରେ ଚୁନପ୍ଲାଷ୍ଟର ଖସିବା ଘଟଣାକୁ ନେଇ ଟିକନିକ ଯାଞ୍ଚ କରାଯିବାକୁ ନିଷ୍ପତ୍ତି ହୋଇଛି । ସେପଟେ ମେ ୩୦ସୁଦ୍ଧା ପରିକ୍ରମା ପ୍ରକଳ୍ପର ବାହ୍ୟ ପ୍ରଦକ୍ଷଣ ମାର୍ଗ ଶେଷ କରିବାକୁ ସ୍ଥିର କରାଯାଇଛି ।
ଗୁଣ୍ଡିଚା ମନ୍ଦିର ମରାମତି କାର୍ଯ୍ୟ ମଧ୍ୟ ଜୁନ୍ ୪ ତାରିଖ ସୁଦ୍ଧା ଅର୍ଥାତ ସ୍ନାନଯାତ୍ରା ପୂର୍ବରୁ ଶେଷ କରାଯିବ । ମେ ୨୯ରେ ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନିତିକାନ୍ତି ଚୁଡାନ୍ତ ମୋହର ଓ ଗର୍ଭଗୃହ ମରାମତି ନେଇ ଆଲୋଚନା କରାଯିବ । ଟ୍ରାଫିକ କଟକଣାକୁ ନେଇ ମଧ୍ୟ ଯୋଜନା ସାରିଛି ପୋଲିସ । ମାର୍କେଟ ଛକ ପର୍ଯ୍ୟନ୍ତ ଦୁଇଚକିଆ ଓ ମେଡ଼ିକାଲ ଛକ ପର୍ଯ୍ୟନ୍ତ ଯାଇପାରିବ ଚାରିଚକିଆ ଗାଡି । ମାର୍କେଟ ଛକ ଠାରୁ ମରିଚିକୋଟ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ଦୁଇଚକିଆ ଗାଡି ପାର୍କିଂ ରହିବ । ଜଗନ୍ନାଥ ବଲ୍ଲଭ ପାର୍କିଂ ଓ ମେଡ଼ିକାଲ ଛକରୁ ଗୁଣ୍ଡିଚା ମନ୍ଦିର ରାସ୍ତା ପାର୍ଶ୍ଵରେ ଚାରିଚକିଆ ଗୁଡିକ ପାର୍କିଂ ହେବ ।