ଅଧିକ ପଢନ୍ତୁ ଓଡ଼ିଶା ଖବର
ତେବେ ଏହି ସବୁ ପଟିଚିତ୍ରକୁ ଚିତ୍ରକର ସେବାୟତ ମାନେ ନିଜ ଘରେ ପ୍ରସ୍ତୁତ କରୁଥିବା ବେଳେ, ସ୍ନାନପୂର୍ଣ୍ଣୀମା ଦିନ ଚିତ୍ରକାରଙ୍କ ଘରୁ ଘଣ୍ଟ ଘଣ୍ଟା କାହାଳୀ ବଜାଇ ପଟି ଦିଅଁଙ୍କୁ ଶ୍ରୀମନ୍ଦିରକୁ ବିଜେ କରାଯାଇଥାଏ । ତେବେ ପୁରୀର ଚିତ୍ରକର ସାହିରେ ଚିତ୍ରକାର ସେବକ ମାନେ ଅନନ୍ତ ବାସୁଦେବ ଓ ମା' ଭୁବନେଶ୍ୱରୀଙ୍କୁ ଅତ୍ୟନ୍ତ ନିଷ୍ଠା ଓ ସୁଦ୍ଧିପୂତ ମନରେ ଅଙ୍କନ କରୁଥିବା ବେଳେ ମହାପ୍ରଭୁଙ୍କ ସେବା କରି ନିଜକୁ ବେଶ୍ ଭାଗ୍ୟବାନ ମନେ କରିଛନ୍ତି ।
ଶୀତଳଷଷ୍ଠୀ ଦିନ ପନ୍ତି ଭୋଗ ସରିବା ପରେ ଚିତ୍ରକର ମାନେ ପଟି ଲାଗି କରିଥିବା ବେଳେ, ଋକ୍ମୁଣୀ ହରଣ ଏକାଦଶୀ ଠାରୁ ଏହି ପଟିରେ ରଙ୍ଗ ଦେଇ ଚିତ୍ରିତ କରାଯ଼ାଇଥାଏ । ହିଙ୍ଗୁଳା, ହରିତାଳ, ଶଙ୍ଖ, ଦୀପକଳା, ଖଣ୍ଡ ନେଳି, ପଟା, ଗେରୁ, କଇଥ ଅଠା ଇତ୍ୟାଦି ପାରମ୍ପରିକ ରଙ୍ଗରେ ପଟି ଦିଅଁଙ୍କୁ ଚିତ୍ରକର ସେବକ ତିଆରି କରିଥାନ୍ତି । ଶୀତଳଷଷ୍ଠୀ ଠାରୁ ସ୍ନାନ ପୂର୍ଣ୍ଣୀମା ପର୍ଯ୍ୟନ୍ତ ସପରିବାର ହବିଷାନ୍ନ କରି ଶୁଦ୍ଧପୂତ ଭାବେ ଚିତ୍ରାକର ମାନେ ପଟି ଦିଅଁଙ୍କୁ ପ୍ରସ୍ତୁତ କରିଥାନ୍ତି । ସେହିପରି ବାସେଳୀସାହିର ପଣାପ୍ରିୟା ଗଳିରେ ମହାପ୍ରଭୁଙ୍କ ସ୍ଥାନରେ ଅଣସର ସମୟରେ ଅନନ୍ତ ନାରାୟଣଙ୍କ ପଟି ଚିତ୍ରକୁ ନିଜ ତୂଳୀରେ ରଙ୍ଗ ଦେଉଛନ୍ତି ଚିତ୍ରକର ସେବକ । ସ୍ନାନପୂର୍ଣ୍ଣମୀ ପରଦିନ ଠାରୁ ନବଯୌବନ ଦର୍ଶନ ପୂର୍ବଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପଟି ଦିଅଁ ପୂଜା ପାଉଥିବା ବେଳେ, ଜ୍ୱରରେ ପିଡୀତ ମହାପ୍ରଭୁଙ୍କର ଗୁପ୍ତ ସେବା କରିବେ ଦଇତାପତି ସେବାୟତ ।