ଏହି ବେଦ ବିଦ୍ୟାଳୟରେ ବିଭିନ୍ନ ବେଦ ସହିତ ସଂସ୍କୃତ, ବିଜ୍ଞାନ, ବୈଦିକ ଗଣିତ, ଯୋଗ ଇତ୍ୟାଦି ଶିକ୍ଷା ଦିଆଯିବ । ଏହି ବିଦ୍ୟାଳୟରେ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ନିଶୁଳ୍କ ଭାବେ ଅଧ୍ୟୟନର ସୁଯୋଗ ପାଇବେ ଛାତ୍ରଛାତ୍ରୀ । ସେହିପରି କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଶ୍ରୀସଦାଶିବ ପରିସର ପୁରୀରେ ହିନ୍ଦୁ ଅଧ୍ୟୟନ କେନ୍ଦ୍ରର ମଧ୍ୟ ଉଦଘାଟନ କରାଯିବ । ହିନ୍ଦୁ ଧର୍ମଶାସ୍ତ୍ରର ସମସ୍ତ ବିଷୟକୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ । ପ୍ରାଥମିକ ଭାବେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପରିସରରେ 40ଟି ସିଟ୍ ପାଇଁ ପିଲାମାନେ ଆବେଦନ କରିପାରିବେ। ପରେ ସିଟ୍ ସଂଖ୍ୟା ବୃଦ୍ଧି କରାଯିବ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।