ତେବେ ଶ୍ରୀମନ୍ଦିର ଭିତରେ ମୂଷା ଧରିବାକୁ ନୂଆ ମେସିନ ଲଗାଯିବାକୁ ନେଇ କିଛି ସେବାୟତ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଉ ମେସିନରୁ ରାତିରେ ଶଦ୍ଦ ବାହାରିଲେ ମହାପ୍ରଭୁ ଶୋଇବାରେ ବାଧା ସୃଷ୍ଟି ହେବ ବୋଲି ସେବାୟତ କହୁଛନ୍ତି । ତେବେ ମୂଷାଙ୍କ ଯୋଗୁଁ ଦାରୁବିଗ୍ରହଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି । ବଡସିଂହାର ବେଶ ପରେ ମୂଷାଙ୍କୁ ଆୟତ୍ତ କରିବାକୁ ସମୟ ସମୟରେ ପ୍ରଶାସନ ପକ୍ଷରୁ ଯନ୍ତା ବସାଯାଇଥାଏ । କିନ୍ତୁ ଏବେ ସେବାୟତଙ୍କ ଅସନ୍ତୋଷ ପରେ ଗର୍ଭଗୃହରେ ଅତ୍ୟାଧୁନିକ ମେସିନ ବସାଯିବ ନା ନାହିଁ ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।