୨୦୧୯ରେ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ମୁତାବକ କେବଳ ସିଂହଦ୍ଵାର ଦେଇ ଭକ୍ତ ପ୍ରବେଶ କରିବେ ଓ ବାକି ତିନିଦୁଆର ଦେଇ ପ୍ରସ୍ଥାନ କରିବେ । କ୍ୟାବିନେଟର ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଆଇନ ବିଭାଗ ପକ୍ଷରୁ ଗତବର୍ଷ ଫେବୃଆରୀ ୩ ତାରିଖରେ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଭଲକରି ଦେଖନ୍ତୁ ଏହି ଭିଜୁଆଲକୁ । କିଭଳି ଧାଡି ଦର୍ଶନକୁ ବିରୋଧ କରି ୨୦୧୮ରେ ପୁରୀରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ଏବେ ସମାନ ପରିସ୍ଥିତି ଦେଖାଯିବା ଆଶଙ୍କା ମଧ୍ୟ କରାଯାଉଛି । ସେପଟେ ଅନ୍ୟ ଏକ ଭିଜୁଆଲ୍ ଉପରେ ମଧ୍ୟ ନଜର ପକାନ୍ତୁ । କିଭଳି ଡହଡହ ଖରାରେ ଭକ୍ତମାନେ ଦର୍ଶନ ପାଇଁ ଯିବା ପୂର୍ବରୁ ଯମଯନ୍ତ୍ରଣା ଭୋଗୁଛନ୍ତି ।
ତେବେ କ୍ୟାବିନେଟର ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ କେବଳ ସିଂହଦ୍ଵାର ଦେଇ ଭକ୍ତମାନେ ପ୍ରବେଶ କରିବେ । ଅନ୍ୟପଟେ ପ୍ରଶାସନ ତରଫରୁ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ ଚାରିଦୁଆର ଖୋଲାଯିବ ବୋଲି ବାରମ୍ବାର କୁହାଯାଉଥିଲେ ମଧ୍ୟ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତିକୁ ସେବାୟତ ମାନେ ବିରୋଧ କରିଛନ୍ତି । କିଏ କାହିଁକି ନେଲା ଏଭଳି ନିଷ୍ପତ୍ତି । କାହିଁକି ଭକ୍ତମାରଣ ନୀତି ନେଇ ରାଜ୍ୟ କ୍ୟାବିନେଟରେ ନିଆଗଲା ଏଭଳି ନିଷ୍ପତ୍ତି । ରାଜ୍ୟ କ୍ୟାବିନେଟର ଗୋଟିଏ ନିଷ୍ପତ୍ତି ହୋଇଥିବା ବେଳେ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ କାହିଁକି ମିଛ କହି ଭକ୍ତଙ୍କୁ ଭୂଆଁ ବୁଲାଉଛନ୍ତି । ଏଭଳି ଅନେକ ଆସମାହିତ ପ୍ରଶ୍ନ ଏବେ ସାଧାରଣରେ ସୃଷ୍ଟି ହୋଇଛି ।