ମନ୍ଦିର ପୂଜକ କୁହନ୍ତି ୧୯୧୮ ମସିହାରେ ମା'ଙ୍କର ହୋଇଥିଲା ଆବ୍ରିଭାବ । ଗାଁ ମୁଣ୍ଡରେ ଥିବା କେନ୍ଦୁଗଛ ମୂଳରୁ ଆବ୍ରୀଭାବ ହୋଇଥିଲେ ମା' । ସେବେଠାରୁ ମା' କେନ୍ଦେଶ୍ବରେ ଠାକୁରାଣୀ ଭାବରେ ପୁରୀ ସଦର ବ୍ଲକ ବେଦରପଡା ଗ୍ରାମର ଇଷ୍ଠଦେବୀ ଭାବରେ ପୂଜା ପାଇ ଆସୁଛନ୍ତି । ପରମ୍ପରା ଅନୁସାରେ ମା'ଙ୍କ ୧୮ ହାତର ବାଉଁଶ କାଠି ପୂର୍ବରୁ ପ୍ରସ୍ତୁତ ହୋଇ ରହିଥାଏ । ଦସହରା ଦିନ ମା'ଙ୍କ ଠାରୁ ଆଜ୍ଞାମାଳ କାଠିରେ ଲାଗି କରାଯାଇଥାଏ । ସବୁଠାରୁ ବେସ୍ ଗୁରୁତ୍ବ ପୂର୍ଣ୍ଣ କଥା ହେଉଛି । ମା'ଙ୍କ ନିକଟରେ ଚାଷୀ ମାନେ ସରଣ ପସିଥାନ୍ତି ।
ପୂର୍ବରୁ କତା ଓ ଝୋଟରେ ପ୍ରସ୍ତୁତ ହୋଇଥିବା ଜୋତ ମା'ଙ୍କ କାଠିରେ ଲାଗି କରିଥାନ୍ତି ଗ୍ରାମବାସୀ । ଯେଉଁ ଜୋତକୁ ନେଇ ଚାଷୀ ମାନେ ବଳଦ ଲଙ୍ଗଳରେ ବ୍ୟବହାର କରିଥାନ୍ତି । ପରେ କାଠିରେ ମା'ଙ୍କ ପିନ୍ଧା ଲୁଗା ବନ୍ଧା ଯାଇ ଗ୍ରାମରେ ୭ ଘେରା ପରିକ୍ରମା କରିଥାନ୍ତି । ମା'ଙ୍କ ଆପାର ମହିମା ହିଁ ଭକ୍ତଙ୍କୁ ଟାଣି ଆଣିଥାଏ ନିଜ ପୀଠକୁ । ଆଖପାଖ ଗ୍ରାମର ହଜାର ହଜାର ଲୋକେ ମା'ଙ୍କ ଏହି କାଠି ଯାତ୍ରା ଦେଖିବାକୁ ଆସିଥାନ୍ତି ।