ବେଡ୍ ପାଇଁ ମେଡିକାଲ କର୍ମଚାରୀ 600 ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ଯାହାକି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ପାରିବା ପଣିଆକୁ ପଦାରେ ପକାଇଛି । ଏହି ଘଟଣା ଏବେ ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଖୋଲାଖୋଲି ଭାବରେ ବେଖାତିର ହୋଇ କିଭଳି ଜଣେ କର୍ମଚାରୀ ପ୍ରସୂତିଙ୍କ ସମ୍ପର୍କୀୟଙ୍କଠାରୁ ଲାଞ୍ଚ ନେଉଛନ୍ତି । ତାହା ଏବେ ପୁରୀ ମେଡିକାଲର ଘୋର ଅବ୍ୟବସ୍ଥାକୁ ପଦାରେ ପକାଇଛି ।
ପୁଣି ପଦାରେ ପଡିଲା ସରକାରୀ ମେଡିକାଲର ଗୁମର, ପ୍ରସୂତି ବିଭାଗରେ ବେଡ୍ ପାଇଁ ଲାଞ୍ଚ ନେଉଛନ୍ତି କର୍ମଚାରୀ

ପୁରୀ : ପୁଣି ପଦାରେ ପଡିଲା ସରକାରୀ ମେଡିକାଲର ଗୁମର । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ବଡ ଧରଣର ଅବ୍ୟବସ୍ଥା । ପୁରୀ ବଡ଼ ମେଡିକାଲର ପ୍ରସୂତି ବିଭାଗରେ ସାଧାରଣ ଲୋକଙ୍କଠାରୁ ମେଡିକାଲର ଜଣେ କର୍ମଚାରୀ ଲାଞ୍ଚ ନେଉଥିବା ଦୃଶ୍ୟ ଅର୍ଗସ ନ୍ୟୁଜର ହସ୍ତଗତ ହୋଇଛି । ତେବେ ଜଣେ ପ୍ରସୂତିଙ୍କ ପରିବାରଠାରୁ ଏହି ଲାଞ୍ଚ ଜଣେ ମେଡ଼ିକାଲ କର୍ମଚାରୀ ନେଉଥିବା ଚିତ୍ର ଏବେ ସାମ୍ନାକୁ ଆସିଛି । ଗୋଟିଏ ପଟେ ମେଡିକାଲରେ ବେଡ ନାହିଁ ବୋଲି ରୋଗୀଙ୍କୁ ଫେରାଇ ଦେଉଥିବାବେଳେ ଲାଞ୍ଚ ଦେଲେ କିନ୍ତୁ ରୋଗୀଙ୍କୁ ବେଡ ମିଳୁଛି ।
Download Argus News App
