
ପୁରୀ: ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ଏଥିଲାଗି ଶ୍ରୀମନ୍ଦିରରେ ରହିଛି ସ୍ୱତନ୍ତ୍ର ନୀତି। ମହାପ୍ରଭୁଙ୍କର ଶ୍ରୀମୁଖରେ ଖଡି ଲାଗି ହେବାପରେ ଦତ୍ତମହାପାତ୍ର ସେଵକଙ୍କ ଦ୍ଵାରା କରାଯିବ ବନକଲାଗି ନୀତି। ମହାପ୍ରଭୁଙ୍କ ଶ୍ରୀମୁଖକୁ ଵିଭିନ୍ନ ପ୍ରାକୃତିକ ରଙ୍ଗରେ ଚମତ୍କାର ଭାବେ ଶୃଙ୍ଗାର କରିଵେ। ଏହାପରେ ମହାପ୍ରଭୁଙ୍କର ହେବ ନେତ୍ରୋତ୍ସବ। ଦତ୍ତମହାପାତ୍ରଙ୍କ ଦ୍ଵାରା ଘୋଷଯାତ୍ରା ପୂର୍ବରୁ ତିନିଥର ବନକଲାଗି ନୀତି ଅନୁଷ୍ଠିତ ହୋଇଥାଏ।
ଆଜି ବନକଲାଗିରେ ବିଶେଷ କରି କସ୍ତୁରୀ ବ୍ୟବହାର କରାଯାଇଥାଏ। ମହାପ୍ରଭୁଙ୍କ ଶ୍ରୀମୁଖରେ କସ୍ତୁରୀ ଲାଗିଲେ ଶ୍ରୀମୁଖରେ ଏକ ଚମକ୍ ସୃଷ୍ଟି ହେବା ସହ ଶ୍ରୀମୁଖ ସୁରକ୍ଷିତ ରହିଥାଏ । ଯେହେତୁ ଚଳିତବର୍ଷ କୋଭିଡ୍19କୁ ନେଇ ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ରହିଛି ତେଣୁ ମନ୍ଦିର ଭିତରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବାରୁ ଭକ୍ତମାନେ ବଞ୍ଚିତ ହେଵେ। ସେପଟେ ଆସନ୍ତାକାଲି ସୂର୍ଯ୍ୟ ପରାଗ ରହିଥିବାରୁ ଆଜି ରାତି 10.37 ମିନିଟରୁ ପାକତ୍ୟାଗ ରହିଛି। ଏଣୁ ସେହି ସମୟ ପର୍ଯ୍ୟନ୍ତ ନୀତିକାନ୍ତି ଚାଲିବ।
