ଅଧିକ ପଢନ୍ତୁ ଓଡ଼ିଶା ଖବର
ଶବ୍ଦ ପ୍ରଦୂଷଣ ଏବଂ ଅସାନ୍ତ ସୃଷ୍ଟି କରିବା ଅଭିଯୋଗରେ ପୁରୀ ପୋଲିସ ଗାଡି ଚାଳକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମୋଟ ୯ଟି ଗାଡି ଜବତ କରିବା ସହ ଗାଡି ଗୁଡିକରୁ ବିକୃତ ଶବ୍ଦ ସୃଷ୍ଟି କରୁଥିବା ସାଇଲେନ୍ସରକୁ କାଢ଼ିଛି ପୋଲିସ । ବର୍ତ୍ତମାନ ଗଣେଶ ପୂଜାର ମାହୋଲ ଚାଲିଥିବା ବେଳେ ସହରରେ ଗହଳିଚହଳି ଲାଗିରହିଛି । ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି l
ଏହି ସ୍ପେଶାଲ ଡ୍ରାଇଭ ଆଗାମୀ ଦିନରେ ଜାରି ରହିବା ସହ ପ୍ରଚଣ୍ଡ ଶବ୍ଦ ସୃଷ୍ଟି କରି ବେପରୁଆ ଗାଡି ଚାଳନା, ଏବଂ ଆସାମଜିକ ବ୍ୟକ୍ତିଙ୍କ ଉପରେ କଡା ନଜର ରଖିଛି ପୁରୀ ପୋଲିସ । ଗତ ତିନିମାସ ସୁଦ୍ଧା ପୁରୀ ପୋଲିସ ପକ୍ଷରୁ ଡ୍ରିଙ୍କ ଆଣ୍ଡ ଡ୍ରାଇଭରେ ୮ଟି ମାମଲା ରୁଜୁ ହୋଇଥିବା ବେଳେ ଗାଡି ଯାଞ୍ଚ, ନୋ ପାର୍କିଙ୍ଗ, ବିନା ହେଲାମେଟରେ ଗାଡି ଚାଲାଣ, ଗାଡି ଚାଳନା ବେଳେ ମୋବାଇଲ ବ୍ୟବହାର ଏବଂ ଟ୍ରାଫିକ ନିୟମ ଅବମାନନା କରିବା ଅଭିଯୋଗରେ ପୋଲିସ ପକ୍ଷରୁ ୩ହଜାର ୧୩୧ଟି ମାମଲା କରାଯାଇ ୧୬ଲକ୍ଷ ୧୫ହଜାର ୫୦୦ଟଙ୍କା ଫାଇନ୍ ଆଦାୟ କରାଯାଇଥିବା ସାମ୍ବାଦିକ ସମିଳନୀରେ ପୁରୀ ସିଟି ଡିଏସ୍ପି ସୂଚନା ଦେଇଛନ୍ତି ।